ବିଭିନ୍ନ ସ୍ଥାନରେ ପ୍ଲାଟିନମ ଜୁବଲି ସ୍ୱାଧୀନତା ଦିବସ ପାଳିତ

କଂଟାବାଂଜି, (ମନୀଷ କୁମାର ହଂସ) : ଭାରତ ସ୍ୱାଧୀନ ହେବାର ୭୫ବର୍ଷ ପୂର୍ତି ଅବସରରେ ସାରା ଦେଶରେ ପ୍ଲାଟିନମ ଜୁବଲି ସ୍ୱାଧୀନତା ଦିବସ ରୂପେ ପାଳିତ ହେଉଥିବା ବେଳେ କଂଟାବାଂଜି ସହରାଂଚଳରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଟାନ, ବେସରକାରୀ କାର୍ଯ୍ୟାଳୟ, କ୍ଲବ, ସଂଗଠନ, ରାଜନୈତିକ ଅଫିସରେ ଆଡମ୍ବର ସହ କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅଶୋକ କୁମାର ମାଝୀ, କେ.ଭି.କଲେଜରେ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ, ପୂର୍ବତନ ବିଧାୟକଙ୍କ ବିଜେଡି କାର୍ଯ୍ୟାଳୟରେ ଫିରୋଜ ଖାନ, ଜିଲ୍ଲା କୃଷକ ମୋର୍ଚ୍ଚା କାର୍ଯ୍ୟାଳୟରେ ଅଜୟ କୁମାର ଦାସ, ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶିବାଜି ମହାନ୍ତି, ପୋଲିସ ଉପଖଣ୍ଡ କାର୍ଯ୍ୟାଳୟରେ ଏସ.ଡି.ପି.ଓ ହୃଷିକେଶ ମେହେର, ଥାନାରେ ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ଫରେଷ୍ଟ ରେଂଜ ଅଫିସରେ ରେଂଜର ଶ୍ରଦ୍ଧାଦେବ ବଡମାଲି, ଆରଏଣ୍ଡବି ଡିଭିଜନରେ ନିର୍ବାହ ଯନ୍ତ୍ରୀ, ଅବକାରୀ ରେଂଜ କାର୍ଯ୍ୟାଳୟରେ ଅବକାରୀ ଇନ୍ସପେକ୍ଟର, ଅଗ୍ନିଶମ ଷ୍ଟେସନରେ ଇନ୍ସପେକ୍ଟର ଅସିତ କୁମାର ଜେନା ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ କେତେକ ସରକାରୀ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଏବଂ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ନିଜର ଦାୟିତ୍ୱ ତୁଳାଇଛନ୍ତି ।

Leave A Reply

Your email address will not be published.