ପିଲାଙ୍କ ପାଖରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀମାନଙ୍କ ପୁସ୍ତକ ପଠନ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଶିଶୁ ସାହିତ୍ୟିକ ତଥା ଆବାହକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଭ୍ରାମ୍ୟମାଣ ପାଠାଗାର ଆଜି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଅଦାବାହାଲ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ପହଞ୍ଚିଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚୈତନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଲକ୍ଷ୍ମୀକାନ୍ତ ନାୟକ ପୁସ୍ତକ ପଠନ ଦ୍ୱାରା ଶିଶୁର ଅନ୍ତଃନିହିତ ଗୁଣାବଳୀର ବିକାଶ ହେବା ସହିତ ଜୀବନର ସବୁ ସମୟରେ ପୁସ୍ତକ ସାଥୀ ହୋଇ ରହିବ ବୋଲି ନିଜ ମତ ଦେଇଥିଲେ । ସଭାରେ ଉପସ୍ଥିତ ଶିକ୍ଷକ ଧୀରମନ ନାଗ, ବବିତା ହିଁଆଲ, ହେମନ୍ତ ବେହେରା ପୁସ୍ତକ ପଠନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଝସକେତନ ବନ୍‌ଛୋର, ଗୀତା ଛୁରା, ସ୍ନିହାଂସି ନାୟକ ଭ୍ରାମ୍ୟମାଣ ପାଠାଗାର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଧୀରମନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!