ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହୋଇଛି ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର । ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ତାଙ୍କ ଅନ୍ତିମ ସତ୍‌କାର କରାଯାଇଛି । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁଧାକର ବେହେରା ମୁଖାଗ୍ନି ଦେଇଛନ୍ତି । ଶ୍ମଶାନରେ ତାଙ୍କ ଚାରିପୁଅ ସୁଧାକର, ଦେବ, ଟୁନା ଓ ସୁନୀଲ ଏବଂ ଜ୍ୱାଇଁମାନଙ୍କ ସହ ସାମ୍ବାଦିକମାନେ ଓ ବଲାଙ୍ଗିର ସହରର ବହୁ ବୁଦ୍ଧିଜୀବୀ ସ୍ୱର୍ଗତ ବେହେରାଙ୍କୁ ବିଦାୟ ଦେଇଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହଙ୍କୁ ହରାଇ ଆଜି ସାରା ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.