centurian jitm

ଶ୍ରମିକଙ୍କୁ ମିଳୁନି ମନରେଗା କାମର ପାରିଶ୍ରମିକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଶ୍ରମିକ, ଦିନ ମଜୁରିଆମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି । ହେଲେ ଏହି ଯୋଜନା ଗୁଡ଼ିକର ଲାଭ ପାଇ ପାରୁ ନାହାନ୍ତି ହୀତାଧିକାରୀ । ଗ୍ରାଉଣ୍ଡ-୦ରେ ଫେଲ ମାରୁଛି ସବୁ ଯୋଜନା । କରୋନା ମହାମାରୀ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଜାଗାରୁ ଶ୍ରମିକ ଏବଂ ପ୍ରବାସୀମାନେ ଘରକୁ ଫେରିଥିଲେ, ହେଲେ କାମ ନଥିବା ଯୋଗୁଁ ରୋଜଗାର ପାଇଁ ସରକାର ବିଭିନ୍ନ ପ୍ରକାରର ରୋଜଗାର ବ୍ୟବସ୍ଥା କରିଥିଲେ । ମହାତ୍ମା ଗାନ୍ଧୀ ଗ୍ରାମ୍ୟ ରୋଜଗାର ଯୋଜନା ଅନୁଯାୟୀ ବହୁ କାର୍ୟ୍ୟ ମଧ୍ୟ ଆରମ୍ଭ ହେଲା । ହେଲେ କାମ ସରିବାର ପ୍ରାୟ ମାସେ କାଳ ବିତି ଯାଇ ନୁତନ କାର୍ୟ୍ୟ ଆରମ୍ଭ ହୋଇ ଯାଇଥିଲେ ବି ବର୍ତମାନ ଯାଏଁ ପ୍ରଥମରୁ କରିଥିବା ନିଜ ଝାଳବୁହା ପରିଶ୍ରମର ପାରିଶ୍ରମିକ ପାଇ ପାରିନାହାନ୍ତି ଶ୍ରମିକ । ଅନ୍ୟ ପଟେ ବର୍ତମାନ ଯାଏଁ ବହୁ ଶ୍ରମିକଙ୍କୁ ଜବ କାର୍ଡ ମିଳି ନଥିବାରୁ ବାଧ୍ୟ ହୋଇ ସେମାନେ ରୋଜଗାର ପାଇଁ ଅନ୍ୟମାନଙ୍କ ଜବ କାର୍ଡରେ କାମ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଗୋଟିଏ କି ଦୁଇଟି ନୁହଁ, ବରଂ ବହୁ ଗ୍ରାମରେ ଦେଖିବାକୁ ମିଳିଛି ସମାନ ଅଭିଯୋଗ । ଶ୍ରମିକମାନେ ନିଜର ପାରିଶ୍ରମିକ ପାଇ ପାରୁ ନଥିବା ବେଳେ କିଛି ଲୋକଙ୍କ ଆକାଉଣ୍ଟରେ କେବଳ ଅଧା ପଇସା ପଡ଼ିଥିବାର ଅଭିଯୋଗ ହେଉଛି । ଯେଉଁମାନେ କାମ କରିଥିଲେ ସେମାନଙ୍କୁ ବର୍ତମାନ ସୁଦ୍ଧା କାହିଁକି ତାଙ୍କର ପାଉଣା ମିଳୁନାହିଁ, ଏହା ଏକ ସବୁଠୁ ବଡ ପ୍ରଶ୍ନ ହୋଇଥିବା ବେଳେ କାର୍ୟ୍ୟ ଚାଲିଥିବା ସ୍ଥାନରେ ସରକାରୀ ନିୟମାନୁଯାୟୀ ଶ୍ରମିକଙ୍କ ପାଇଁ ଦୁର୍ଘଟଣା ବଶତଃ ଚିକିତ୍ସା ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ବିଶ୍ରାମ ପାଇଁ ଟେଣ୍ଟ୍‌ର ମଧ୍ୟ ବ୍ୟବସ୍ଥା ରହିବା କଥା । ଏଠି ଏସବୁ ତ ଦୁରର କଥା, ନିଜର ଚିକିତ୍ସା ପାଇଁ ନିଜେ ପଇସା ସାରି ଖର୍ଚ୍ଚାନ୍ତ ହେଉଛନ୍ତି ଶ୍ରମିକ । ଗ୍ରାମସାଥୀଙ୍କୁ କିନ୍ତୁ ଟଙ୍କା ପାଇଁ ବାରମ୍ବାର କୁହାଯାଇଛି, କିନ୍ତୁ ବ୍ଲକରେ ଫଣ୍ଡ ନଥିବାରୁ ଟଙ୍କା ମିଳି ନଥିବା ଅଧିକାରୀମାନେ ଜବାବ ଦେଇଥିବା କହିଛ‌ନ୍ତି । ଝାରବନ୍ଧ ଏପିଓ କିନ୍ତ ଏ ବିଷୟରେ ଅଜ୍ଞ ଥିବା ସହ ଯଥାଶୀଘ୍ର ସମ୍ଭବ ଶ୍ରମିକ ମାନଙ୍କୁ ପାଉଣା ଦିଆଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥାମାନଙ୍କ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଦେଖିବା ବାକି ରହିଲା, ସରକାର ଏମାନଙ୍କ ସମସ୍ୟାର ସମାଧାନ ଦିଗରେ କଣ ପଦକ୍ଷେପ ନେବେ ଏବଂ ଶ୍ରମିକମାନେ ତାଙ୍କର ପାଉଣା କେମିତି ପାରିବେ ।

Leave A Reply

Your email address will not be published.