centurian jitm

ଜିଲ୍ଲାପାଳଙ୍କ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ : ଡାକ୍ତର ଓ ଷ୍ଟାପ୍‌ ଅନୁପସ୍ଥିତି ନେଇ ଅସନ୍ତୋଷ, ରୋଗୀଙ୍କ ମାଗଣା ଔଷଧର ହିସାବ ମାଗିଲେ ଜିଲ୍ଲାପାଳ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ହଠାତ ସଇଁନ୍ତଲା ଡାକ୍ତଖାନା ପରିଦର୍ଶନ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ଡାକ୍ତଖାନାର ସମସ୍ତ ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଜିଲ୍ଲାପାଳଙ୍କୁ ଡାକ୍ତରଖାନାରେ ଦେଖି କର୍ମଚାରୀମାନେ ଛାନିଆଁ ହୋଇ ପଡିଥିଲେ । ତେବେ ଡାକ୍ତରଖାନାରେ ପହଂଚି ପ୍ରଥମେ ଡାକ୍ତରଖାନାର ରୋଗୀଙ୍କ ୱାର୍ଡ ବୁଲି ଦେଖିଥିଲେ ଜିଲ୍ଲାପାଳ ଶ୍ରୀ ରାଣା । ସେତେବେଳେ କୈାଣସି ରୋଗୀଙ୍କ ବେଡରେ ବେଡସିଟ୍‌ ନ ଥିବା ଦେଖିବାକୁ ପାଇଥିଲେ । ଏହାପରେ ଡାକ୍ତଖାନାର ଇନ୍‌ଚାର୍ଜ ତଥା ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର କୁଆଡେ ଗଲେ ବୋଲି ଜିଲ୍ଲାପାଳ ପଚାରିଥିଲେ । ସଂପୃକ୍ତ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ପିଏଚ୍‌ୟୁ ମୀନା ତ୍ରିପାଠୀ ଜିଲ୍ଲାପାଳଙ୍କ ପ୍ରଶ୍ନର କୈାଣସି ସନ୍ତୋଷଜନକ ଉତ୍ତର ଦେଇନଥିବା ଆଲୋଚନା ହେଉଛି । ଡାକ୍ତର, ବିପିଏମ ଓ ଷ୍ଟାପ୍‌ ସମେତ ବିଭିନ୍ନ କର୍ମଚାରୀମାନେ ଅନୁପସ୍ଥିତ ଥିବା ନେଇ ବିରକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ । ପରେ ରୋଗୀଙ୍କୁ ମାଗଣାରେ ଖାଦ୍ୟ ମିଳୁଛି କି ନାହିଁ ବୋଲି ରୋଗୀମାନଙ୍କୁ ପଚାରି ବୁଝିଥିଲେ । ମାଗଣାରେ ଖାଦ୍ୟ ମିଳୁନଥିବା ରୋଗୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହାପରେ ଜିଲ୍ଲାପାଳ ଡାକ୍ତରଖାନାର ନିରାମୟ ଔଷଧ କେନ୍ଦ୍ରକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଡାକ୍ତରଖାନା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ନିରାମୟରେ ଥିବା ଔଷଧ ତଥ୍ୟ ମାଗିବା ସହ ଷ୍ଟକ ଯାଂଚ କରିଥିଲେ । ପୂର୍ବରୁ ୧୫ ଦିନରେ ଯେତିକି ଔଷଧ ଖର୍ଚ୍ଚ ହୋଇଥିଲା ଓ ଗତ ୪ ଦିନରେ ସେତିକି ଔଷଧ କିପରି ଶେଷ ହେଲା ବୋଲି ସନ୍ଦେହ କରି ପ୍ରଶ୍ନ କରିଥିଲେ । ।ହେଲେ ଦାୟିତ୍ୱଥିବା କର୍ମଚାରୀ ସଠିକ ସୂଚନା ଦେଇନ ପାରିଥିବା ବେଳେ ଜିଲ୍ଲାପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିଦିନ ରେଜିଷ୍ଟରରେ ତାହା ଲିପିବଦ୍ଧ କରିବା ପାଇଁ ତାଗିତ କରିଥିଲେ । ତେବେ ଜିଲ୍ଲାପାଳ ମହିଳା ଏସଏଚଜି ଗୋଷ୍ଠୀଙ୍କୁ ଖାଦ୍ୟ ବଣ୍ଟନ ଦାୟିତ୍ୱ ଦେବା ଏବଂ ଡାକ୍ତରଖାନା ପରିସରରେ ରୋଷାଇ ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବିଡିଓ ଦେବାଶିଷ ସାମଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲାପାଳ ଶ୍ରୀ ରାଣା ଡାକ୍ତରଖାନାର କର୍ମଚାରୀଙ୍କୁ ଡାକି ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ।

ଅନ୍ୟପଟେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଦୁଇ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଚଂଚଳ ରଣାଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ସିଡିପିଓ ସବିତା ଦାସଙ୍କ ପରାମର୍ଶରେ ସୁପର୍‌ଭାଇଜର୍‌ ପ୍ରଭାତ ନିଲିନୀ ପଣ୍ଡା ଟୁର୍ଚ୍ଚାଉପେର ଗ୍ରାମକୁ ଯାଇ ମୃତ ଶିଶୁଦ୍ୱୟଙ୍କ ବାପା ମା’ଙ୍କୁ ଭେଟି ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି । ଅନ୍ୟପଟେ ନର୍ସମାନେ ପ୍ରସବ କରାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଏନେଇ ବଲାଙ୍ଗିର ସିଡିଏମଓ ଡା.ଭୀମ ସାହୁ କହିଛନ୍ତି ଯେ, ଶିଶୁ ମୃତ୍ୟୁ ଘତଣାର ନିରପେକ୍ଷ ତଦନ୍ତ ହେବା ସହ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.