ଚୈତନ୍ୟ ଦେବୀଙ୍କ ମଣ୍ଡପରେ ପରିବେଶିତ ନାଟକ ଦେଇଛି ଅନେକ ଦିଗ୍‌ଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ମାସବ୍ୟାପି ଚାଲିଛି, ଐତିହ ସମ୍ପନ୍ନ ସାମାଜିକଚଳଣି, ଗଣପର୍ବ ଠାକୁରଣୀ ଯାତ୍ରା । ଏହି ଯାତ୍ରା ଅବସରରେ ଆସିଛି ଅନେକ ପସରା, ଦୋଳି ମେଳଣ, ମୀନାବଜାର, ମେଢ଼, ନାଟକ, ଥିଏଟର ଏବଂ କେତେକ ଜନସଚେତନତା ମୂଳକ ଷ୍ଟଲ୍‌। ଏଥି ମଧ୍ୟରେ ଅପର ବସ୍‌ଷ୍ଟାଣ୍ଡ ନିକଟରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚୈତନ୍ୟଦେବୀଙ୍କ ମଣ୍ଡପର ଆୟୋଜନ କରାଯାଇଛି । ଏହା ଯେ, ଲକ୍ଷାଧିକ ଜନତାଙ୍କୁ ଉଚିତ୍‌ ଦିଗଦର୍ଶନ ଦେଇଛି, ଏଥିରେ ନିଃ-ସନ୍ଦେହ । ଛତ୍ରପୁରଶାଖା ଶାନ୍ତି-ଅନୁଭୂତିକେନ୍ଦ୍ର ପକ୍ଷରୁ ଏକ ଆଧ୍ୟାତ୍ମିକ ସଚେତନତାଧର୍ମୀ ମୂଳକ ବହୁ ନାଟକ, ଗୀତିନାଟ୍ୟ ପରିବେଶିତ ହୋଇ ଅନେକ ଅଗଣିତ ଦର୍ଶକଙ୍କୁ ବିମୁଗ୍ଧ କରିଦେଇଛି । ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ଭଉଣୀଙ୍କ ନିର୍ଦ୍ଦେଶନାରେ ନାଟକ ପରିବେଶିତ ହୋଇଥିଲା । ଏହି ନାଟକରେ ବ୍ରହ୍ମାକୁମାରୀ ଭଉଣୀ ଓ ଭାଇମାନେ ବିଭିନ୍ନ ଭୂମିକାରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ସଂସାରରେ ଲୋକଙ୍କ ମନରେ ପ୍ରଚଳିତ ହୋଇଆସୁଥିବା କାମ, କ୍ରୋଧ, ଲୋଭ, ମୋହ ତହିଁରେ ଲୋକେ ବଶବ୍ରତୀ ହୋଇ ରହିଛନ୍ତି । ସାମାଜିକ କୁସଂସ୍କାର, ଅନ୍ଧ-ବିଶ୍ୱାସକୁ ଦୂରେଇ ରହିବାକୁ ଓଁଶାନ୍ତି ସଂଗଠନ ମାର୍ଗ ଦେଖାଇଛନ୍ତି । ଅଗଣିତ ନରନାରୀ, ପ୍ରବଳ ଜନଗହଳି ମଧ୍ୟରେ ଯା-ଆସ କରୁଥିବା ଲୋକେ ଏହିମଞ୍ଚରେ ପରିବେଶିତ ନାଟକ ପାଖରେ ଟିକିଏ ସମୟ ଅଟକି ରୁହନ୍ତି । ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମଞ୍ଚରେ ପ୍ରଥମ ପୁଲ୍ଲକିତ ନାଟକକୁ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଏହି ମଞ୍ଚ-କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ । ଏହି ପରିବେଶିତ ନାଟକ ଗୁଡିକରେ ସର୍ଵଧର୍ମସମ୍ୱନ୍ଵୟଭାବ ପ୍ରକଟ କରିଛି । ସଂସାରରେ ଲୋକମାନଙ୍କ ହିତ ଦୃଷ୍ଟିରୁ ଉଚିତ ଦିଗଦର୍ଶନ ସମ୍ବନ୍ଧରେ ଏହି ସଂଗଠନ ମାର୍ଗ ଦେଖାଇଛି ।

Leave A Reply

Your email address will not be published.