oom

ପୁଲିସକୁ ମିଳିଲା ବଡ ସଫଳତା : ୨୧ ମୋଟର ସାଇକେଲ୍‌ ଜବତ, ୯ ଗିରଫ

jsmm

ଆସିକା, (କେପିଏନ୍‌ଏସ୍‌) : ପୁଲିସ୍‌କୁ ମିଳିଲା ବଡ ସଫଲତା, ବାଇକ୍‌ ଚୋରି ର‍୍ୟାକେଟ୍‌କୁ ଧରିବାରେ ସଫଳ ହୋଇଛି ଆସିକା ପୁଲିସ । ଗତ ୧୪ତାରିଖରେ ଏକ ବାଇକ୍‌ ଚୋରି ତଦନ୍ତ କରୁଥିବା ବେଳେ ଏହି ରେକେଟର ପର୍ଦ୍ଦାଫାସ କରିଥଲା ପୁଲିସ । ତେବେ ଏହି ଲୁଟେରା ମାନେ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି କରୁଥିବା ବେଳେ ଏମାନଙ୍କର ଗ୍ୟାଙ୍ଗର ତିନିଜଣ ଲୁଟେରା ବାଇକ୍‌କୁ ଚୋରି କରିବା ପରେ ୪ଟି ଗ୍ୟାରେଜ୍‌ରେ ବାଇକ୍‌ଗୁଡିକର ଇଞ୍ଚିନ କାଢି ବିକ୍ରି କରୁଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ପୁଲିସ ୨୧ଟି ମଟର ସାଇକେଲ ଜବତ କରି ୯ଜଣଙ୍କୁ ଗିରଫ କରିବା ସହ ୧୧, ୧୨, ୨୨/୨୦୨୧ରେ ତିନୋଟି ମାମଲା ରୁଜୁକରି ଗିରଫ ହୋଇଥିବା ୯ଜଣଙ୍କୁ କୋର୍ଟ ଚାଳଣା କରିଛି ପୁଲିସ ।

jittmm
Leave A Reply

Your email address will not be published.