ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ମେହେରଙ୍କ ଆକସ୍ମିକ ବିୟୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର କୁମ୍ଭାରପଡ଼ାର ଦୁର୍ବାଦଳ ମେହେରଙ୍କ ଧର୍ମପତ୍ନୀ ସ୍ନେହଲତା ମେହେର (୪୭)ଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି । ସେ ୧୯୯୭ ମସିହାରୁ ସତଲମା ଗ୍ରାମର ତିନି ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟଭାର ସମ୍ଭାଳି ଆସୁଥିଲେ । କିଛି ଦିନ ତଳେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ଗତ ୧୪ ତାରିଖ ଦିନ ବରଗଡର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ହଠାତ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତରେ ତାଙ୍କ ପରଲୋକ ହୋଇଯାଇଛି । ତାଙ୍କର ଦୁଇଟି ପୁଅ ଓ ତାଙ୍କ ସ୍ୱାମୀ ତଥା ପରିବାରକୁ ଛାଡି ଚାଲିଯାଇଛନ୍ତି । ତାଙ୍କର ବଡପୁଅ ଉତ୍ତମ ମୁଖାଗ୍ନି ଦେଇଥିଲେ । ତାଙ୍କ ପରିବାରକୁ ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.