ବିଟାବନ୍ଧର ପୂର୍ବ ସରପଞ୍ଚଙ୍କ ଆଈ ଗୁଭେ ବାଗଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଗସ୍ତି ବାଗଙ୍କ ଆଈ ଗୁଭେ ବାଗ(୯୫)ଙ୍କ ଶନିବାର ସନ୍ଧ୍ୟାରେ ପରାଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ନନ୍ଦ ବାଗ ଓ ଶଙ୍କର ବାଗ, ନାତି ଭରତ ବାଗ, ପୁଲସ୍ତି ବାଗ, ପୂର୍ବ ସରପଞ୍ଚ ଅଗସ୍ତି ବାଗ, ଶଶି ବାଗଙ୍କ ସହ ପରିବାରର ସମସ୍ତ ମହିଳା, ଆତ୍ମୀୟସ୍ୱଜନ ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଅଣନାତି ହୃଷୀକେଶ ବାଗ, ପ୍ରବୀଣ ବାଗ, ଯଜ୍ଞେଶ୍ୱର ବାଗ ଓ ଝସକେତନ ବାଗ ମୁଖାଗ୍ନୀ ଦେଇଥିଲେ । ସେ ଜଣେ ଧର୍ମପରାୟଣ ମହିଳା ରୂପେ ଅଞ୍ଚଳରେ ସୁପରିଚିତ ଥିବାରୁ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.