ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ମହାନ୍ତିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ମହାନ୍ତି(୮୩)ଙ୍କ ରବିବାର ରାତି ୨ଟାରେ ପରଲୋକ ହୋଇଯାଇଛି । ସେ ୨୯/ ୪/୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ମୁରିବାହାଲ ବ୍ଲକ ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ତେନ୍ତୁଳୀଖୁଣ୍ଟି ବିଦ୍ୟାଳୟରେ ଅବସର ଗ୍ରହଣ କରିଥିଲେ । ତାଙ୍କ ୨ ପୁଅ ଏବଂ ୬ ଭଉଣୀ, ବଡ଼ ଝିଅ ବିଜୟ ଲକ୍ଷ୍ମୀ, ସୁଷମା, ସନ୍ତୋଷିନୀ, ଲିଳିମା, ଶ୍ୟାମ, ଅନୁ, ବଡ଼ପୁଅ ଶିକ୍ଷକ ବିରାଜ କୁମାର ମହାନ୍ତି ଓ ସାନ ପୁଅ ବରିଷ୍ଠ ବିଜେପି ନେତା ରାଜୀବ କୁମାର ମହାନ୍ତି, ଦୁଇ ବହୁ ଅନିତା ଓ ସୁଜାତା, ୪ ଭାଇ ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ, କପିଳେଶ୍ୱର, ଦୈନିକ ସମାଜର ସାମ୍ବାଦିକ ଭଗବାନ ଓ ଉମେଶ, ପୁଅ ପୁତୁରା ସ୍ୱାଧୀନ, ଟୁକୁ, ବିକାଶ, ପ୍ରକାଶ, ଭରତ, ପ୍ରଭାତ ଲଲିତ, ସୁଜିତ, ଜ୍ୱାଇଁ ଜଗତଜୀବନ, ନାରାୟଣ, ସନ୍ତୋଷ, ସଂଜୀବ, ସିଦ୍ଧାର୍ଥ, ନାତିନାତୁଣୀ ତୁଷାର, ପପୁନ, ରିଙ୍କୁ, ବୁଲୁ, ଅଂଶୁ, ଅଂଶୀ, ସମସ୍ତ ପରିବାର ଆତ୍ମୀୟ ସ୍ୱଜନ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେଜ୍ଝ ପରଲୋକ ଖବର ପାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସରକାରୀ ଓକିଲ ବିଶ୍ୱନାରାୟଣ ବହିଦାର, ପ୍ରସାଦି କମ୍ପ, ସାଧୁରାମ ପାଣିଗ୍ରାହୀ, ସପ୍ନେଶ୍ୱର ମାହାକୁର, ନାରାୟଣ ସାହୁ, ସୁଧୀର ପାଣି, ତରୁଣ ପୋଡ଼, ବାବୁଲାଲ କେତକୀ, ଅଭୟ ଦାସ, ହିମାଂଶୁ ଜାଲ, ରାଜୀବ କୁଁଅର ପ୍ରମୁଖ ତାଙ୍କ ଶେଷ ଦର୍ଶନ କରି ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ, ମିଷ୍ଟଭାଷୀ, ପରୋପକରୀ ବ୍ୟକ୍ତି ଭାବେ ସୁପରିଚିତ ଥିବାରୁ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବଡ଼ପୁଅ ବିରାଜ ମହାନ୍ତି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.