ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂଙ୍କ ପତ୍ନୀ ଲୀନା ଜେନାଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନୁଗୋଳ ଜିଲ୍ଲାର ବରିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂଙ୍କ ଧର୍ମ ପତ୍ନୀ ଲୀନା ଜେନାଙ୍କ ଆକାଳ ବିୟୋଗ ହୋଇଯାଇଛି । ସାମ୍ବାଦିକ ଶ୍ରୀ ସିଂଙ୍କ ସହିତ ବସି କଥା ହେଉଥିବା ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ନିକଟରେ ଥିବା ଚିକିତ୍ସାଳୟ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ନୂଆହତା ସ୍ଥିତ ବାସଭବନରେ ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁବେଳକୁ ତାଙ୍କର ବୟସ ୩୮ ବର୍ଷ ହୋଇଥିଲା । ସ୍ୱର୍ଗତ ଲୀନା ଜେନା ଜଣେ ପରୋପକାରୀ ଓ ମିଷ୍ଟଭାଷୀ ମହିଳା ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ନୂଆହତା ଗ୍ରାମରେ ସତ୍କାର କରାଯାଇଛି ।

Leave A Reply

Your email address will not be published.

error: Content is protected !!