ppurohit

ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ରୋଜଗାର ଦିବସ ପାଳିତ

2nd

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ମନରେଗା କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ରୋଜଗାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରୋଜଗାର ସେବକ ସରୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ପଲ୍ଲୀ ଚେତନା ସଂସ୍ଥାର ଆଇଏନଆରଏମ୍ ଶତୃଘ୍ନ ନାଏକ ଟଙ୍କପାଣି ଗାଁରେ ମନରେଗା କାମ କରୁଥିବା ଶ୍ରମିକଙ୍କ ଉପରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ଶ୍ରମିକମାନଙ୍କୁ ଜବ୍‌କାର୍ଡ ବଣ୍ଟନ କରିଥିଲେ । ପଞ୍ଚାୟତର ସମସ୍ତ ଗାଁର ଗାଁସାଥୀ ଧୁବଲେଶ୍ବର ଭୋଇ, ପବିତ୍ର ବାଗ, ପୀତବାସ ଗୁର୍ଲା, ଶ୍ରୀମନ୍ତ ତାଣ୍ଡି, ଟିକେଶ୍ବର ବେନିଆଁଙ୍କ ସହ ଶ୍ରମିକମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ପର୍ଶୁରାମ ଖମାରୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.