ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସହ ସଶକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ସହଶିକ୍ଷକ ସତ୍ୟ ନାରାୟଣ ସାହୁ, ଦେବରାଜ ପଧାନ, ସ୍ନିଗଧା ମୟୀ ଯୋଶୀ, ଉର୍ବଶୀ ରାଜହଂସ, ସଂଦୀପ କୁମାର ସାହୁ, ଅନୀମା ପଧାନ ଛାତ୍ରଛାତୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ବକ୍ତୃତା, ଚିତ୍ରାଙ୍କନ, ସଂଗୀତ ପ୍ରତିଯୋଗୀତାର ବିଜୟୀ ଛାତ୍ରଛାତୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ମୋହନ ନାଏକ, ତପସ୍ୱିନୀ ସେଠ, ଝୁନିତା କନ୍ଧେର, ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀ ତାଣ୍ଡି ସହଯୋଗ କରିଥିଲେ ।

Leave A Reply

Your email address will not be published.