oom

ବଙ୍ଗୋମୁଣ୍ଡାରେ ସମ୍ବିଧାନ ଦିବସ ପାଳିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଦରରେ ଆମ୍ବେଦକର ଛକ ଠାରେ କିଛି ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆଜି ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରି ମାଲ୍ୟାର୍ପଣ କରିଥିଲେ । ଏଥିରେ ସମାଜକର୍ମୀ ଦିବାକର ବାଗଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି କିଶୋର କୁମାର ଜୈନ, ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ସଂପାଦକ ତଥା ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ରାଓ, ଆଇନଜୀବୀ ନବୀନ କୁମାର ଦୀପ, ବଲିଉଡ ଅଭିନେତା ବାଲି ଭରାସଗ୍ରିଆ, ଗୌରାଙ୍ଗ ମହାନନ୍ଦ, ଟୁନା ହିଆଲ, ନିରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ଦିବସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

jittmm
Leave A Reply

Your email address will not be published.