ppurohit

ଗଞ୍ଜାମ ଏନ୍‌ଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

2nd

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ଐତିହାସିକ ପୋତାଗଡ଼ ଦୁର୍ଗରେ କଲ୍ୟାଣ ମଣ୍ଡପ, ଦାମୋଦରପୁର ଗ୍ରାମରେ କଲ୍ୟାଣ ମଣ୍ଡପ ଓ ଆଦର୍ଶ ସ୍ମଶାନ ଘାଟ ଏବଂ ସହର ସ୍ଥିତ ବଡ଼ ବଜାର ଠାରେ ଯାତ୍ରୀ ବିଶ୍ରାମଗାର ଓ ଶୌଚାଳୟ ପ୍ରମୁଖ ପ୍ରକଳ୍ପ ଗୁଡିକର ଶୁଭ ଉଦଘାଟନ କରିଥିଲେ । ତତ ସହିତ ୨୦୨୬ ସୁଧା ରେଳ ପୋଲ ନିକଟରେ ଋଷିକୁଲ୍ୟା ସେତୁ ନିର୍ମାଣ କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ସମ୍ମାନୀୟ ଅତିଥିଭାବେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ମୁଖ୍ୟବକ୍ତା ପୂର୍ବତନ ବିଧାନସଭା ଉପ ବାଚସ୍ପତି ରାମଚାନ୍ଦ୍ର ପଣ୍ଡା ଯୋଗଦେଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଅପର୍ଣା ଡାଙ୍ଗୁଆ ବିବରଣୀ ପଠନ କରିଥିଲେ । ଅଧ୍ୟାପକ ଲକ୍ଷ୍ମୀ ଚରଣ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ, ଓ ବିଭିନ୍ନ କ୍ଷେତ୍ରରେ ପରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଣକୁ ସମ୍ମାନିତ କରାଯାଇଥିଲା । ଶେଷରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡର ସମସ୍ତ କାଉନସିଲର ମଞ୍ଚାସିନ ହୋଇଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ଏନ୍‌ଏସି କର୍ମଚାରୀ ସୁପରିଚାଳନା କରିଥିଲେ । ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ସ୍ୱୟଂ ସାହାୟିକା, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.