୭୦ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଫରେଷ୍ଟ ପାର୍କ ରାୟଗଡ଼ ଠାରେ ୭୦ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ କରଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ କାଡ୍ରାକା ଆପ୍ପାଲା ସ୍ଵାମୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜଙ୍ଗଲ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ, କୋଲନରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା କୁଲେଶିକା ଉପସ୍ଥିତ ଥିଲେ । ରାୟଗଡ଼ ବନଖଣ୍ଡ ୭ଗୋଟି ବନାଞ୍ଚଳରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍କୁଲ ମାନଙ୍କରେ ଚିତ୍ରାଙ୍କନ, ବକୃତା, ରଚନା ଓ ପତ୍ର ଲିଖନ ପ୍ରତିଯୋଗିତା କରାଯାଇଥିଲା । ଏହି ଉତ୍ସବରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଗଜେନ୍ଦ୍ର ଉମାଶଙ୍କର ଓ ସୁବାସ ପାତ୍ରଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ହେତୁ ୫୦୦୦ଟଙ୍କା, ମନୋଜ କୁମାର ସାହୁ, ସରୋଜ କୁମାର ସାହୁ, ଦିଲ୍ଲୀପ କୁମାର କରଙ୍କୁ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ପ୍ରକୃତି ବନ୍ଧୁ’ ପୁରସ୍କାର ଓ ୨୦ହଜାର ଲେଖାଁଏ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜିଆଇଇଟି ଗୁଣୁପୁର, ରାୟଗଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ କୋପାପଦର ସ୍କୁଲ ଛାତ୍ରଛାତ୍ରୀ ପୁରସ୍କୃତ ହେଇଥିଲେ । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ପ୍ରକୃତି ମିତ୍ର’ ପୁରସ୍କାର ଓ ୨୦ ହଜାର ଟଙ୍କା ଲେଖାଁଏ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ବନବିଭାଗ ପକ୍ଷରୁ ପ୍ରମୋଦିନି ମାଣ୍ଡଙ୍ଗି, ଖଗେଶ୍ୱର ମାଝି, ସିଏଚ୍‌ ବିକ୍ରମ ନାୟଡୁ ପାରା ଫରେଷ୍ଟ ଷ୍ଟାଫଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା । ଚିତ୍ରାଙ୍କନରେ ୧୪ ଜଣଙ୍କୁ, ବକୃତାରେ ୬, ରଚନାରେ ୭ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରଯାଇଥିଲା ।

Leave A Reply

Your email address will not be published.