om academy

ପଦ୍ମପୁର ଅଞ୍ଚଳରେ ପୁଅ ଜିଉନ୍ତିଆ ପାଳିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଶା ଓ ଭାରତ ବର୍ଷରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି । ତଥାପି ପଶ୍ଚିମ ଓଡିଶାର ମହିଳାମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ପୁଅ ଜିଉନ୍ତିଆ ବା ଦୁତି ବାହାନ ଓଷା ଘରେ ଘରେ ପାଳିନ କରିଛନ୍ତି । ପୁଅ ଝିଅର କଲ୍ୟାଣଣ ନିମନ୍ତେ ମା’ମାନେ ନିର୍ଜଳା ଉପବାସ କରିଥାନ୍ତି । ଦିନ ତମାମ ଖାଦ୍ୟ ଓ ପାଣି ଗ୍ରହଣ ନ କରି ନିଜ ପୁଅ ଝିଅର ମଙ୍ଗଳ କାମନା କରିଥାନ୍ତି । ସୁଖଶାନ୍ତିରେ ଘରେ ଘରେ ତଥା ନିଜ ସଂର୍ପକୀୟଙ୍କୁ ନେଇ ସାମାଜିକ ଦୂରତା ରକ୍ଷା କରି ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ପଦ୍ମପୁର, ପାଇକମାଲ, ଝାରବନ୍ଦ, ଗାଇସିଲେଟ, ବିଜେପୁର, ସୋହେଲା ଆଦି ସ୍ଥାନମାନଙ୍କରେ ପୂଜାର୍ଚ୍ଚନା କରୁଥିବାର ଦେଖାଯାଉଛି । ଓଷା କରିବା ସଙ୍ଗେ ସଙ୍ଗେ ପୂଜାର୍ଚ୍ଚନା ଓ ହୁଳହୁଳି ଧ୍ୱନିରେ କରୋନା ନିଶ୍ଟିତ ପରାଜିତ ହେବ ବୋଲି ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.