ppurohit

ବରଗଡ଼ ଜିଲ୍ଲା ପଦ୍ମପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓକିଲ ସଂଘର ଆଜି ବାର୍ଷିକ ନିର୍ବାଚନ ବିଧିବଦ୍ଧ ଭାବରେ ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘ କାର୍ୟାଳୟ ଠାରେ ଅନୁଷ୍ଠିତ ନିର୍ବାଚନରେ ସର୍ବସମ୍ମତି କ୍ରମରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଗୌତିଆ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସୁନିଲ କୁମାର ପାଣିଗ୍ରାହୀ, ସମ୍ପାଦକ ପ୍ରଶାନ୍ତ କୁମାର ମାଝୀ, ସହ-ସମ୍ପାଦକ ଶ୍ରୀମାନ ଚିନ୍ମୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଲକ୍ଷ୍ମଣ ସାହୁ ସର୍ବସମ୍ମତିକ୍ରମେ ଚୟନ ହୋଇଥିବା ସମୟରେ କାର୍ୟ୍ୟକାରୀ ସଦସ୍ୟ ଭାବେ ସର୍ବଶ୍ରୀ ଓକିଲ ବିଭୂତି ଭୂଷଣ ଦାଶ, ହରିଶଙ୍କର ସିଂ, କେଶବ ସାହୁ, କିଶୋର କୁମାର ମେହେର, ପରମେଶ୍ୱର ସାହୁ, ପ୍ରଦୀପ କୁମାର ସାହୁଙ୍କୁ ମନୋନୀତ କରାଯାଇଛି ବୋଲି ଓକିଲ ସଂଘର ନିର୍ବାଚନ ଅଧିକାରୀ ଆଇନଜୀବୀ ଆଦିତ୍ୟ କୁମାର ରଥ ଓକିଲ ସଂଘ ପଦ୍ମପୁର ତରଫରୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.