oom

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା କଂଗ୍ରେସ କମିଟିର ପଦଯାତ୍ରା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଓଡିଶାରେ ପ୍ରଥମ ଲବଣ ସତ୍ୟାଗ୍ରହ ହୁମ୍ମାଠାରୁ ଆରମ୍ଭ କରିଥିଲେ । ଏହି ସ୍ମରଣୀୟ ଦିବସକୁ ଲୋକ ଜାଗରଣ ସୃଷ୍ଟି କରିବା ନିମନ୍ତେ ଜିଲ୍ଲା କଂଗ୍ରେସ ପକ୍ଷରୁ ହୁମ୍ମା ଲବଣଘାଟି ପଡିଆଠାରୁ ପଦଯାତ୍ରା ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ଆରମ୍ଭ ହୋଇଥିଲା । ଏହି ପଦଯାତ୍ରା ଛତ୍ରପୁରଠାରେ ପହଞ୍ଚିବା ପରେ ଛତ୍ରପୁର ଅପର ବସ୍‌ଷ୍ଟାଣ୍ଡରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦଳର ନେତା ଓ କର୍ମୀମାନେ ପ୍ରଥମେ ପୁଷ୍ପମାଲ୍ୟାର୍ପଣ କରିବାପରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଛତ୍ରପୁର ସହର ପରିକ୍ରମା କରି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ସ୍ୱାଧୀନ ଚିନ୍ତନ ଗାଥା ଗାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ଲୋକଙ୍କୁ ଜିଏସଟି ଠୁ ଆରମ୍ଭ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏପରିକି ଚୂଡ଼ା, ଲିଆ, ମୁଡି ଆଦି ଖାଦ୍ୟ ଦ୍ରବ୍ୟ ଉପରେ ମଧ୍ୟ ଜିଏସଟି ଲଦିବା ଗରିବଙ୍କ ପାଇଁ କଷ୍ଟଦାୟକ ଏବଂ ଏହା ଏକ ଅଗଣନ୍ତାନ୍ତ୍ରିକ ଓ ନିନ୍ଦନୀୟ ବୋଲି ସରକାରଙ୍କୁ ସମାଲୋଚନା କରାଯାଇଛି । ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଟିକସ ଲଦି ଦେଇ ଜନତାଙ୍କୁ ହଇରାଣ ହରକତ୍‌ କରୁଛନ୍ତି ବୋଲି ସରକାରଙ୍କୁ ନିନ୍ଦା କରିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ କ୍ଷମତାରେ ଆଣିବା ନିମନ୍ତେ ଜନସାଧାରଣଙ୍କୁ ସଭାପତି ଶ୍ରୀ ଜେନା ଆହ୍ୱାନ କରିଥିଲେ । ଏହି ଅବସରେ ଅପର ବସ୍‌ଷ୍ଟାଣ୍ଡ, ମଝି ବଜାର ଓ ଲୋୟର ବସ୍‌ଷ୍ଟାଣ୍ଡଠାରେ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ଭାରତୀୟ ଜାତୀୟ କଂଗ୍ରେସ ସେଲ ସାଧାରଣ ସମ୍ପାଦକ, ଓଡିଶା ପ୍ରଭାରୀ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ନକୁଳ ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁ ପାଳକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ଭାଗିରଥୀ ବେହେରା, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥୀ, ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଗଣେଶ ରେଡ୍ଡୀ, ଆଇନଜୀବୀ ବାବୁ ନାହାକ, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.