oom

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା କଂଗ୍ରେସ କମିଟିର ପଦଯାତ୍ରା

jsmm

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୌରବମୟ ପଦଯାତ୍ରା ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଆଜି ଅଗଷ୍ଟ ୯ କ୍ରାନ୍ତି ଦିବସରେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଭେଡେନ ବ୍ଲକ କଂଗ୍ରେସ ସଭାପତି ରମେଶ ପଣ୍ଡାଙ୍କ ତତ୍ୱାବଧାନରେ ଭେଡେନଠାରେ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପଦଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଜିଲ୍ଲା କଂଗ୍ରେସର ଗୌରବମୟ ପଦଯାତ୍ରା ପାଇଁ ନିୟୋଜିତ ହୋଇଥିବା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର, ପୂର୍ବତନ ମୁଖ୍ୟ ସଚେତକ ସତ୍ୟ ଭୂଷଣ ସାହୁ, ସରୋଜ କୁମାର ଷଡଙ୍ଗୀ, ଯୁଗଳ ପ୍ରସାଦ ସିଂହ, ଗଁତିଆ ସାହୁ, ପ୍ରଦୀପ ଦେବତା, ନିପନ ଦାଶ, ସରୋଜ ମହାପାତ୍ର, ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ, ଦୟାସାଗର ମେଣ୍ଡେଲି, ବିରଆଦିତ୍ୟ ସାହୁ, ବିନୋଦ ବିଶ୍ୱାଲ, ସ୍ୱାଧୀନ ରଥ, ସୁଶୀଲ ଭୋଇ, ଅଭିଷେକ ସେଠ, ଆଜାଦ ପତି, ଶିବ ଖମାରୀ, ଜାପାନୀ ସାହୁ ଏବଂ ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀ ଏକାଠି ତ୍ରିରଙ୍ଗା ହାତରେ ଧରି ପଦଯାତ୍ରାରେ ଶାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.