centurian jitm

ଓୟୁଡବ୍ଲୁଜେ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ବରଗଡ଼ ଏସପିଙ୍କୁ ସାକ୍ଷାତ

nschool

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ନୂତନ ଏସପି ଭାବେ ଯୋଗଦାନ କରିଥିବା ରାହୁଲ୍ ଜେନ(ଆଇପିଏସ)ଙ୍କୁ ଆଜି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ଼ ଜିଲ୍ଲା ଶାଖା ତରଫରୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ଏ ସଂପର୍କରେ ଏସପି ଗଣମାଧ୍ୟମକୁ ସବୁ ସମୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀ, ରାଜ୍ୟ ଉପସଭାପତି ଆଶୁତୋଷ ରଥ, ସମ୍ପାଦକ ପରମାନନ୍ଦ ମିଶ୍ର, ସୁବାସ ଚନ୍ଦ୍ର ଦୋରା, ଅସିତ୍ ସ୍ୱାଇଁ, ଆକାଶ ମିଶ୍ର, ଅଶୋକ ବାଙ୍କ, କିଶନ ଲାଲ ଅଗ୍ରୱାଲ, ଜନକ ରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.