oom

ଟିଟିଲାଗଡ ଓମ୍‌ ଭେଲି ସ୍କୁଲକୁ ମିଳିଲା ୨୦୨୪ ଶ୍ରେଷ୍ଠ ସିବିଏସଇ ସ୍କୁଲ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶିଶୁର ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରି ପରିପ୍ରକାଶ କରିବାକୁ ଶିକ୍ଷା କୁହାଯାଏ । ଶିକ୍ଷା ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ । ଶିକ୍ଷା ଚରିତ୍ରକୁ ରୁଚି ସମ୍ପନ୍ନ ଓ ପ୍ରଗତିଶୀଳ କରିବାରେ ସହାୟକ ହୋଇଥାଏ । ଏହି ଶିକ୍ଷା ଆମକୁ ବିଦ୍ୟାଳୟରୁ ହିଁ ମିଳିଥାଏ । ଟିଟିଲାଗଡ଼ ସହରରେ ଅବସ୍ଥିତ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ଓମ୍‌ ଭେକ୍ଲିର ଅନେକ ଛାତ୍ରଛାତ୍ରୀମାନେ ଜେଇଈ, ନିଟ୍‌ ଏବଂ କ୍ଲାଟ, ସିଏ, ସିପିଟି ପାଇଁ ମନୋନୀତ ହୋଇଛନ୍ତି ଯାହା କି ବିଦ୍ୟାଳୟ ପାଇଁ ଏକ ଉଲ୍ଲେଖନୀୟ ସଫଳତା । ଶିକ୍ଷାନୁଷ୍ଠାନ ପାଠ୍ୟକ୍ରମ ସହ କାର୍ଯ୍ୟ କଳାପ ଏବଂ ପ୍ରତିଯୋଗିତା ମଧ୍ୟ ପ୍ରଦାନ କରେ ଏବଂ ଛାତ୍ରଛାତ୍ରୀମାନେ ଜୋନାଲ, ଜିଲ୍ଲା, ରାଜ୍ୟ ଏବଂ ଜାତୀୟସ୍ତରରେ ବିଶିଷ୍ଟ ସ୍ଥାନ ହାସଲ କରିଛନ୍ତି । ଓମ୍‌ ଭେଲି ସିବିଏସଇ ସହ – ଶିକ୍ଷା ଆବାସିକ ବିଦ୍ୟାଳୟ ଅଟେ । ନୂତନ ଶିକ୍ଷାନୀତି – ୨୦୨୦ ଏବଂ ଏନ୍‌.ସି.ଆର.ଏଫ୍ ୨୦୨୩ ସହିତ ସମନ୍ମୟ ରଖି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶପାଇଁ ଉତ୍ସର୍ଗୀକୃତ ଏହି ଅନୁଷ୍ଠାନର ଅଭିନବ ଶିକ୍ଷାଦାନ ପଦ୍ଧତି ଏବଂ ଯୁବ ମନକୁପୋଷଣ କରିବାର ଧ୍ୟାନ ୨୦୨୪ଶିକ୍ଷା ବର୍ଷର ଶ୍ରେଷ୍ଠ ସିବିଏସ୍ଇ ବିଦ୍ୟାଳୟ ଭାବରେ ମନୋନୀତ ହୋଇଛି ଏବଂ ଏକାଡ଼େମିକ୍ ଇନ୍‌ସାଇଟ୍ସ ଶିକ୍ଷା ଉତ୍କର୍ଷତା ଏବଂ ସମ୍ମିଳନୀରେ କର୍ଣ୍ଣାଟକ ସରକାରଙ୍କ ଗୃହମନ୍ତ୍ରୀ ଜି. ପରମେଶ୍ଵର ଏବଂ ସିର୍ଦ୍ଧାର୍ଥ ଉଚ୍ଚଶିକ୍ଷା ଏକାଡ଼େମୀର ଡ଼ିମ୍ଡଟୁବି ୟୁନଭର୍ସିଟି ଚାନ୍ସେଲ୍‌ର ଉପସ୍ଥିତିରେ ପ୍ରାଇଭେଟ୍ ଲିମିଟେଡ଼ ଇନ୍‌ସାଇଟ୍ସ ପତ୍ରିକା ଦ୍ଵାରା ୧୮/୦୧ ୨୦୨୫ ଶ୍ରେଷ୍ଠ ସିବିଏସ୍ଇ ବିଦ୍ୟାଳୟ ଭାବରେ ଓମ୍ ଭେଲି ଶିକ୍ଷାନୁଷ୍ଠାନକୁ ପୁରସ୍କାର ଏବଂ ସ୍ମାରକୀ ପ୍ରଦାନ କରାଯାଇଛି । ବିଦ୍ୟାଳୟର ପରିଚାଳନା ପକ୍ଷରୁ ଟିଟିଲାଗଡ଼ର ଓମ୍‌ ଭେଲି ଶିକ୍ଷାନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ଡ଼କ୍ଟର ରବିନ ଚନ୍ଦ୍ର ପରମାଣିକ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ମର୍ଯ୍ୟାଦାଜନକ ମାନ୍ୟତା ପାଇଁ ଓମଭେଲି ବିଦ୍ୟାଳୟକୁ ଅଭିନନ୍ଦନ । ଏହା ଏକ ଉଲ୍ଲେଖନୀୟ ସଫଳତା ଏବଂ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷତା ପ୍ରତି ବିଦ୍ୟାଳୟର ସମର୍ପଣର ପ୍ରମାଣ । ଏହା ସହିତ ଏହି ମାନ୍ୟତା ଓମ୍ ଭେଲି ଶିକ୍ଷାନୁଷ୍ଠାର ଅସାଧାରଣ ଶିକ୍ଷାପ୍ରଦାନ ,ସାମଗ୍ରିକ ବିକାଶକୁ ପ୍ରୋସାହିତ କରିବା ଏବଂ ଶିକ୍ଷାସହ ପାଠ୍ୟକ୍ରମ କାର୍ଯ୍ୟକଳାପ ଉତ୍କର୍ଷ ହାସଲ କରିବାରେ ପ୍ରତିବଦ୍ଧତାକୁ ସ୍ୱୀକାର କରେ । ଏହି ପୁରସ୍କାର ଶିକ୍ଷାନୁଷ୍ଠାନର ନେତୃତ୍ୱ, ଆଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କର ନିରନ୍ତର ପ୍ରୟାସର ପ୍ରମାଣ । ଯେଉଁମାନେ ମିଳିତ ଭାବରେ ଶିକ୍ଷା ଏବଂ ଅଭିବୃଦ୍ଧିକୁ ପ୍ରେରଣା ଦେଉଥିବା ଏକ ପରିବେଶକୁ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛନ୍ତି । ଟିଟିଲାଗଡ଼ର ଏହି ଓମ୍‌ ଭେଲି ଶିକ୍ଷାନୁଷ୍ଠାନ, ଯାହା ୨୦୦୪ ମସିହାରେ ପ୍ରସିଦ୍ଧ ସମାଜସେବୀ ଏବଂ ଶିକ୍ଷାବିତ ଲାୟନ୍ ଦୀପକ୍ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ଶିକ୍ଷାକ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରି ଚାଲିଛି ଏବଂ ଉତ୍କର୍ଷତାର ଏକ ପ୍ରତୀକ ଭାବରେ ରହିଛି । ଏହି ଉଲ୍ଲେଖନୀୟ ସଫଳତା ଭବିଷ୍ୟତରେ ନେତାମାନଙ୍କୁ ଗଠନ କରିବା ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବାପାଇଁ ଅନୁଷ୍ଠାନର ଯାତ୍ରାରେ ଆଉ ଏକ ପଦକ୍ଷେପକୁ ସୂଚିତ କରୁଛି ।

jittmm
Leave A Reply

Your email address will not be published.