ନୂଆ ୟୂଟ୍ୟୁବ ଚେନାଲ ‘ଜନକ ସେଠ୍ ଅଫିସିଆଲ୍’

ବରଗଡ଼ : ନୂଆ ୟୂଟ୍ୟୁବ ଚେନାଲ ‘ଜନକ ସେଠ୍ ଅଫିସିଆଲ୍’ ଆର୍.ଆର୍ ଷ୍ଟୁଡିଓ ବରଗଡ ପରିସରରେ ଲଞ୍ଚ୍‌ ହୋଇଯାଇଛି । ଏହି ଚେନାଲ୍‌କୁ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍, ସଂଗୀତ ନିର୍ଦ୍ଦେଶକ ଶୈଲେଶ – କମଲେଶ୍, ଗୀତିକାର ଦିଲିପ୍ ସିଂ, ଜନକ ସେଠ୍ ଏବଂ ବଂଶୀ ବାଦକ ସୁରେନ୍ ପାଣିଗ୍ରାହୀ ଉନ୍ମୋଚନ କରିଥିଲେ । ଏହି ଚେନାଲର ପ୍ରଥମ ଗୀତ ନୁଆ ବର୍ଷ ୨୦୨୧ ଜାନୁୟାରୀରେ ଆସିବ । ଏହି ଗୀତକୁ ଗାଇଛନ୍ତି ସମ୍ବଲପୁରୀ ରୋମାଣ୍ଟିକ କିଂଗ ଉମାକାନ୍ତ ବାରିକ୍ । ଏହି ଚେନାଲରେ ସମଲପୁରୀ, ଓଡ଼ିଆ ତଥା ହିନ୍ଦୀ ଗୀତ ସହିତ ବିଭିନ୍ନ ପ୍ରେରଣାଧର୍ମୀ କାର୍ୟ୍ୟକ୍ରମ ପ୍ରସାରିତ ହେବ ବୋଲି ଚେନାଲ୍ ମୁଖ୍ୟ ଜନକ ସେଠ୍ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.