jayashree

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ : ନନ୍ଦନାକନନ ପ୍ରାଣୀ ଉଦ୍ୟାନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ପ୍ରଥମ କରି ନନ୍ଦନକାନନକୁ ଆସିଲେ ନୂଆ ପ୍ରଜାତିର ଜନ୍ତୁ । ୱାଲାବି ପ୍ରଜାତିର ଗୋଟିଏ ଯୋଡି କଙ୍ଗାରୁ ସହ ଲିଭିଂଷ୍ଟନ୍ ଟୁରାକୋ ପ୍ରଜାତିର ପକ୍ଷୀ ନନ୍ଦନକାନନକୁ ଆସିଛନ୍ତି । ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ୱ।ଲାବି କଙ୍ଗାରୁ ଠାରୁ ଆକାରରେ ଛୋଟ । ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି । ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱ।ଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ । ଗତ ବିଳମ୍ବିତ ରାତିରେ ଅଣାଯିବା ପରେ ଏହି ଜୀବମାନଙ୍କ ସ୍ଵାସ୍ଥ୍ୟ ନିରୀକ୍ଷଣ ଲାଗି କ୍ଵାରେଣ୍ଟାଇନରେ ରଖାଯାଇଛି ।

Leave A Reply

Your email address will not be published.