ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ପାନପୋଷ ସ୍ଥିତ କାଳି ମନ୍ଦିର ନିକଟରେ ବେଆଇନ୍ ଭାବେ ନିର୍ମାଣାଧୀନ ଏକ ବିଲ୍ଡିଂରେ ନୋଟିସ୍ ଲଗାଯାଇଛି । ଆଜି ଆର୍ଏମ୍ସିର ପ୍ଲାନିଂ ଓ ଏନ୍ଫୋର୍ସମେଣ୍ଟ ଟିମ୍ ଉକ୍ତ ବିଲ୍ଡିଂ ନିକଟରେ ପହଂଚି ଏହି ନୋଟିସ୍ ଲଗାଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ବିଲଡିଂର ନିର୍ମାଣ ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ଏକ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯାଇଥିଲା । କିନ୍ତୁ ସମ୍ପୃକ୍ତ ବିଲ୍ଡିଂ ମାଲିକ ଉକ୍ତ ପ୍ଲାନରେ ବିଲ୍ଡିଂ ନିର୍ମାଣ ନକରି ନିଜସ୍ଵ ଢାଞ୍ଚାରେ ବିଲ୍ଡିଂ ନିର୍ମାଣ କରୁଥିଲେ । ଏନେଇ ୨୦୨୩ ମସିହାରେ ଉକ୍ତ ବିଲ୍ଡିଂ ମାଲିକଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଆର୍ଏମ୍ସି ତରଫରୁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ସେହି ନୋଟିସକୁ ଅମାନ୍ୟ କରି ମାଲିକ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ । ପରବର୍ତ୍ତୀ ସମୟରେ ଆଉ ଏକ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ମାଲିକ ଜଣକ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ବନ୍ଦ କରି ନଥିଲେ । ବାରମ୍ବାର ନୋଟିସ୍ ସତ୍ତ୍ଵେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଆଜି (ଶୁକ୍ରବାର) ଆର୍ଏମ୍ସି ଡେପୁଟି କମିଶନର ଶ୍ରୀମତୀ ଅନୀତା ନାଏକଙ୍କ ସହ ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳ ଏବଂ ଆର୍ଏମ୍ସିର ପ୍ଲାନିଂ ଓ ଏନ୍ଫୋର୍ସମେଣ୍ଟ ଟିମ୍ ଉକ୍ତ ସ୍ଥାନରେ ପହଞ୍ଚି ସମ୍ପୃକ୍ତ ବିଲ୍ଡିଂରେ ନୋଟିସ୍ ମାରିଥିଲେ ।
Next Post