ls

ନିର୍ଭୁଲ ଜନଗଣନା ପାଇଁ ଜିଲ୍ଲାର ୫ କର୍ମଚାରୀ ସମ୍ବର୍ଦ୍ଧିତ

sb

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଜନ ଗଣନା ସମୟରେ ନିଜ ଅଞ୍ଚଳରେ ନିର୍ଭୁଲ ଭାବରେ କାର୍ୟ୍ୟ ସମ୍ପାଦନା କରିଥିବାରୁ ଜିଲ୍ଲାର ୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସମସ୍ତଙ୍କୁ ସମ୍ମାନିତ କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଜିଲ୍ଲାର ଜନଗଣନା ଠିକ୍ ଭାବେ କରିଥିବା କର୍ମଚାରୀ ଓ ଅଧିକାରୀ ପ୍ରଶଂସାର ପାତ୍ର ବୋଲି କହିଥିଲେ । ପରେ ସୋହେଲା ହାଇସ୍କୁଲରେ କାର୍ୟ୍ୟ ରତ ଶିକ୍ଷକ ମହେନ୍ଦ୍ର ବାରିକ ଏବଂ ବରପାଲି ବ୍ଲକ ସମଲେଶ୍ଵରୀ ୟୁଜିୟୁପି ସ୍କୁଲର ସହକାରୀ ଶିକ୍ଷକ ବସନ୍ତ ସାହୁଙ୍କୁ ରୌପ୍ୟ ପଦକ ସହ ମାନପତ୍ର ପ୍ରଦାନ କରି ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସୋହେଲା ବ୍ଲକ ଅନ୍ତର୍ଗତ କନଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମ କୁମାର ବାରିକ, କାଶିପାଲି ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ରାଜକୁମାର ସାହୁ, ଟୁଙ୍ଗି ବନ୍ଧଲି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରବୀନ୍ଦ୍ର ନାଏକଙ୍କୁ ବ୍ରୋଞ୍ଚ ମେଡାଲ ଓ ମାନପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରିଥିଲେ । ଅପରପକ୍ଷରେ ଜନଗଣନା ୨୦୧୧କୁ ସୁଚାରୁରୂପେ ପରିଚାଳନା କରିଥିବା ତତ୍କାଳୀନ ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିବାସ କବି ସ୍ଵର୍ଣ୍ଣ ପଦକ ଅଧିକାରୀ ହୋଇଥିବା ଜାତୀୟ ଜନଗଣନା ପକ୍ଷରୁ ସୂଚୀତ ହୋଇଛି । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ପିଡି ଡିଆରଡିଏ କୃତିବାସ ରାଉତ, ଡେପୁଟି କଲେକ୍ଟର ସୁମତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.