oum

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ଘଟଣାରେ କାର୍ଯ୍ୟାନୁଷ୍ଠାନ : କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

jsm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ଘଟଣାରେ କାର୍ୟ୍ୟାନୁଷ୍ଠାନ । କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଗଣେଶ ପୂଜାରୀ ନିଲମ୍ବିତ ହୋଇଛନ୍ତି । ଏନେଇ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, କର୍ଲାପାଟ ଅଭୟାରଣ୍ୟରେ ଗତ ୨୦ ଦିନ ମଧ୍ୟରେ ୭ଟି ହାତୀ ମଡକ ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ମନ୍ତ୍ରଣାଳୟର ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟ୍‌ର ବିଶେଷଜ୍ଞ ଡ. ପ୍ରଜ୍ଞା. ପି ପଣ୍ଡାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ବିଶେଷଜ୍ଞ ଟିମ୍‌ କର୍ଲାପାଟ ଅଭୟାରଣ୍ୟରେ ତଦନ୍ତ କରିଥିଲେ । ଦୁଇଦିନର ତଦନ୍ତ ପରେ ଗତକାଲି କେନ୍ଦ୍ରୀୟ ଟିମ୍‌ ଫେରି ଯାଇଥିଲେ । ତେବେ ଅଭୟାରଣ୍ୟରେ ଯାଞ୍ଚ ବେଳେ ଶନିବାର ଆଉ ଏକ ମୃତ ହାତୀ ଟିମ୍‌ ହାତରେ ଲାଗିଥିଲା । ଏହାସହ କର୍ଲାପାଟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଥିଲା । ଘଟଣାସ୍ଥଳରେ ହିଁ ମୃତ ହାତୀର ନିରୀକ୍ଷଣ କରାଯାଇ ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା । ଫଳରେ ପୂର୍ବରୁ ଦକ୍ଷିଣ ବନଖଣ୍ଡ ବିଭାଗ ପକ୍ଷରୁ ଶାବକ ସମେତ ୬ଟି ମାଈ ହାତୀ ମୃତ୍ୟୁ ସଂପର୍କରେ ଯେଉଁ ସୂଚନା ଦିଆଯାଇ ଆସୁଥିଲା ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦକ୍ଷିଣ ବନଖଣ୍ଡ ଅଧିକାରୀ ଆରମ୍ଭରୁ ଦେଉଥିବା ତଥ୍ୟରେ ତାଳମେଳ ରହୁନାହିଁ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.