oom

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବାର୍ଷିକ ନିଯୁକ୍ତି ମେଳା

jsmm

କଳାହାଣ୍ଡି, (ପି.କେ ସାହୁ) : ଆଜି ଭବାନୀପାଟଣା ସ୍ଥିତ ଡିଆଇଇଟି ସ୍କୁଲ ପଡିଆରେ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାରେ ୨୮ଟି ନିଯୁକ୍ତିଦାତା ସଂସ୍ଥା ଓ ୧୦ଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗ ଦେଇଥିଲେ । ଏହି ମେଳାରେ ୨୬୭୫ ଜଣ ନିଯୁକ୍ତି ଆଶାୟୀ ଯୁବକ, ଯୁବତୀ ଭାଗ ନେଇଥିଲେ ଓ ୧୦୪୫ ଜଣ ବିଭିନ୍ନ ସଂସ୍ଥା ସହିତ ସହ ବନ୍ଧିତ ହୋଇଥିଲେ । ଏହି ମେଳାରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥି, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଯୁବ କଲ୍ୟାଣ ଅଧିକାରୀ ମଧୁଲିକା ସା ପ୍ରମୁଖ ଯୁବକ, ଯୁବତୀମାନଙ୍କୁ ଏହି ସୁଯୋଗର ଫାଇଦା ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ନିଯୁକ୍ତି ମେଳାରେ ୟୋକହାମା ଟାୟାର, ବିଶାଖାପାଟଣା, ହେଟେରୋଲାବ, ରିଲିଆନ୍ସ ଜିଓ, ପିଆଜି ଓ ଅଟୋମୋବିଲ, ମୁଥୁତ ଫାଇନାନ୍ସ, ଏଲ୍ଏଣ୍ଡଟି ଆଦି ୨୯ଟି କମ୍ପାନୀ ଭାଗ ନେଇଥିଲେ । ତାଲିମ ଭିତ୍ତିକ ସଂସ୍ଥା ମଧ୍ୟରେ ବେଦାନ୍ତ, ଶାହୀ ଏକ୍ସପୋର୍ଟ, ସିଟିଟିସି, ଡାଟା ପ୍ରୋ ଭଳି ୧୦ ଗୋଟି ସଂସ୍ଥା ଯୋଗ ଦେଇଥିଲେ । ଏହି ମେଳା ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି ସିଇଓ ଓର୍ମାସ ଜର୍ଜ କେର୍କେଟା, ଶିଶୁ ସୁରକ୍ଷା ଅଧିକାରୀ ଅଂଶୁମାନ ବାବୁ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଅମ୍ବୁଜ ତିୱାରୀ, ସରକାରୀ ଆଇଟିଆଇ ଭବାନୀପାଟଣାର ସରୋଜ କୁମାର ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ । ଏହି ମେଳାରେ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦ ଜଣଙ୍କୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.