pr

କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ନିଆରା ବାହାଘର

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାଁ ତାଙ୍କର କିରଣ । ପିଲାବେଳୁ ସେ ନିଜ ମା ‘ ବାପାଙ୍କୁ ଦେଖିନାହାନ୍ତି । ୨୦୦୦ ମସିହା ଜାନୁଆରୀରୁ ସେ ବରଗଡ଼ ଜିଲା କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ରହି ଆସୁଥିଲେ । ବୁଧବାର ଦିନ କିରଣଙ୍କୁ ମିଳିଛି ତାଙ୍କ ଜୀବନସାଥୀ । ସେ ଦଶମ ଶ୍ରେଣୀର ଉତ୍ତୀର୍ଣ୍ଣ ହେବାପରେ ତାଙ୍କୁ ଡ଼ିଡ଼ିୟୁଜିକେୱାଇ ତାଲିମ କେନ୍ଦ୍ରକୁ ନର୍ସିଙ୍ଗ ଟେନିଙ୍ଗ ନିମନ୍ତେ ପଠାଯାଇଥିଲା । ତାଲିମ ଶେଷ କରି ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ସେ କାର୍ଯ୍ୟରତ ଥିଲେ । କିରନଙ୍କ କେହି ଅଭିଭାବକ ନାହାନ୍ତି । ସେ ସଂପୂର୍ଣ୍ଣ ଭାବରେ ଅନୁଷ୍ଠାନକୁ ହିଁ ତାଙ୍କ ଘର ଓ ଅନ୍ତେବାସୀଙ୍କୁ ହିଁ ତାଙ୍କର ପରିବାର ମାନିଛନ୍ତି । କିରନଙ୍କ ଜୀବନରେ ମଧ୍ୟ ଅନେକ ଶୁଭ ମୁହୁର୍ତ୍ତ ଆସିଛି । ଆଜି ସେ ଗୋଡଭଗା ସ୍ଥିତ ରମେଶ ପଟେଲଙ୍କ ପୁଅ ଜିଲ ପଟେଲଙ୍କୁ ବିବାହ କରିଛନ୍ତି । ଉକ୍ତ ବିବାହକୁ କସ୍ତୁରବା ଗାନ୍ଧୀ ମାତୃ ନିକେତନର ଅନ୍ତେବାସୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତିଙ୍କ ଆନୁକୁଲ୍ୟରେ ଗୋଡଭଗା ସ୍ଥିତ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ବିବାହ ଅତି ନିଆରା ଢଙ୍ଗରେ ପାଳିତ ହୋଇଥିଲା । ଏଥିରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ମ୍ୟାନେଜ କମିଟି ସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ପାଣିଗ୍ରାହୀ, ସଂପାଦିକା ମମତା ପୁରୋହିତ, ଉପ ସଭାନେତ୍ରୀ ମମତା ଦାସ, ଭାରତୀ ଶତପଥୀ, ଭାରତୀ ପଟ୍ଟନାୟକ, ବିଜୟା ପଣ୍ତା, ଅନିତା ଛତର, ନିରୂପମା ମହାପାତ୍ରଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମୁଖ୍ୟ ମଞ୍ଜୁ ଇକ୍କା, ସୁରେନ୍ଦ୍ର ଦାସ, ସରୋଜ ପ୍ରଧାନ, ଜୟନ୍ତୀ ହିଆଲ, ମମତା ମେହେର ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନ ମ୍ୟାନେଜମେଣ୍ଟଙ୍କ ସହମତି କ୍ରମେ ଶିଶୁ ମଙ୍ଗଳ ସମିତିର ସୁଜିତ ଦାସ ଓ ତାଙ୍କ ଧର୍ମପତ୍ନୀ କିରନଙ୍କ କନ୍ୟାଦାନ କରିଥିଲେ । ଅନୁଷ୍ଠାନ ଅଧ୍ୟକ୍ଷ ନିର୍ମଳ କୁମାର ଗିରୀ, ସଞୀବ ଦାସ, ଦୁର୍ୟ୍ୟୋଧନ ତ୍ରିପାଠୀ, ସୁରଭି ବାରିକ, ଯଶୋବନ୍ତ ଭୁଏ, ବାସନ୍ତୀ ମଟାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମକୁ ଅନୁଷ୍ଠାନ ସହକର୍ମୀ ସୁରେତା ପଣ୍ତା, ତିଲକରାମ ମାଝୀ, ସୁକାନ୍ତି ପଟେଲ, ରଞ୍ଜିତା ସାହୁ, ବିରଞ୍ଚି ନାଏକ, କିରନ ଭାରତୀ ଆଦି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.