ls

ଚତୁର୍ଥ ଦିନରେ ୧୪୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

sb

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚତୁର୍ଥ ଦିନରେ ୧୮ ସରପଞ୍ଚ, ୧୫ ସମିତିସଭ୍ୟ ଓ ୧୧୩ ୱାର୍ଡସଭ୍ୟ ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତ ନିମନ୍ତେ ପାର୍ଥୀ ପତ୍ର ଦାଖଲ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୟୁଡିଏସ୍‌ପୁରର ୱାର୍ଡସଭ୍ୟ ପଦ ପାଇଁ ୧୧ ଜଣ, କରପଡ଼ା ସରପଞ୍ଚ ପଦ ପାଇଁ ୫ ଜଣ, ସମିତି ସଭ୍ୟ ପଦ ପଶଇଁ ୧ ଜଣ, ୱାର୍ଡସଭ୍ୟ ପଦ ପାଇଁ ୨୫ ଜଣ, କାଇଁଚପୁର ସରପଞ୍ଚ ପଦ ପାଇଁ ୨ ଜଣ, ସମିତିସଭ୍ୟ ପଦ ପାଇଁ ୧ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୬ ଜଣ, ଖଣ୍ଡଦେଉଳି ସରପଞ୍ଚ ପଦ ପାଇଁ ୧ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୨ ଜଣ, ଜେଆର୍‌ଜିପୁର ସରପଞ୍ଚ ପଦ ପାଇଁ ୧ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୫ ଜଣ, ପାଳିବନ୍ଧ ୱାର୍ଡସଭ୍ୟ ପଦ ପାଇର୍ ୮, ପାଲଙ୍ଗ ସମିତିସଭ୍ୟ ପଦ ପାଇଁ ୨ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୬ ଜଣ, ପୋଇରାଶି ସରପଞ୍ଚ ପଦ ପାଇଁ ୧ ଜଣ, ସମିତିସଭ୍ୟ ପଦ ପାଇଁ ୨ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୧୪ ଜଣ, ମଲାଡ଼ ସରପଞ୍ଚ ପଦ ପାଇଁ ୨ ଜଣ, ସମିତିସଭ୍ୟ ପଦ ପାଇଁ ୧ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୪ ଜଣ, ରାଜପୁର ୱାର୍ଡ ସଭ୍ୟ ପଦ ପାଇଁ ୩ ଜଣ, ରାମଗଡ଼ ସରପଞ୍ଚ ପଦ ପାଇଁ ୨ ଜଣ, ସମିତିସଭ୍ୟ ପଦ ପାଇଁ ୨ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୫ ଜଣ, ସନ୍ତୋଷପୁର ୱାର୍ଡ ସଭ୍ୟ ପଦ ପାଇଁ ୮ ଜଣ, ସାନ ରାମଚନ୍ଦ୍ରପୁର ସରପଞ୍ଚ ପଦ ପାଇଁ ୧ ଜଣ, ସମିତି ସଭ୍ୟ ପଦ ପାଇଁ ୧ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୪ ଜଣ, ସୁବଳୟା ସରପଞ୍ଚ ପଦ ପାଇଁ ୧ ଜଣ, ସମିତି ସଭ୍ୟ ପଦ ପାଇିଁ ୧ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୫ ଜଣ, ହୁମ୍ମା ସରପଞ୍ଚ ପଦ ପାଇଁ ୨ ଜଣ, ସମିତି ସଭ୍ୟ ପଦ ପାଇଁ ୪ ଜଣ, ୱାର୍ଡ ସଭ୍ୟ ପଦ ପାଇଁ ୭ ଜଣ ପାର୍ଥୀ ଓ ପାର୍ଥିନୀ ଗଞ୍ଜାମ ବ୍ଲକରେ ରହିଥିବା ୧୫ଟି ପଞ୍ଚାୟତ ପାଇଁ ବିଭିନ୍ନ ଜନ ପ୍ରତିନିଧି ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।

pc pk
Leave A Reply

Your email address will not be published.