ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରମାଣିତ ହୋଇଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରମାଣିତ ହୋଇଛନ୍ତି ପୁଣିଥରେ ନବୀନ ପଟ୍ଟନାୟକ । ଏବିପି ନ୍ୟୁଜ୍ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଆଧାରରେ ସାରା ଦେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ୧ ନମ୍ବର ନେତା । ମୋଟ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ମଣ୍ଡନ କରିଛନ୍ତି ନବୀନ ପଟ୍ଟନାୟକ । କେବଳ ଓଡ଼ିଶା ନୁହେଁ, ସାରା ଦେଶର ଗର୍ବ ଓ ଗୌରବ ସାଜିଛ‌ନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଏବେ । ସୂଚନା ଅନୁସାରେ ମୋଟ ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ଶ୍ରେଷ୍ଠ ୧୦ ଜଣଙ୍କୁ ହୋଇଥିବା ସର୍ଭେରେ ବଛାଯାଇଛି । ପ୍ରଥମ ସ୍ଥାନରେ ନବୀନ ପଟ୍ଟନାୟକ ରହିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟକୁ ଯଥାକ୍ରମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରି‌ୱାଲ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ‌ୱାଇ ଏସ୍ ଜଗନମୋହନ ରେଡ୍ଡି ରହିଛନ୍ତି ।

Leave A Reply

Your email address will not be published.

error: Content is protected !!