ତୁରେକେଲା, (କୈଳାଶ ସଗ୍ରିଆ) : ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଜମୁନା ନଳକୂପ ଖନନ କରୁଥିବା ସମୟରେ ଗୌତମ କୁମାର(୩୨)ଙ୍କ ଅଚାନକ ମୃତ୍ୟୁ ହୋଇଯାଇଛି । ତେବେ ମୃତ୍ୟୃର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କ ସାଙ୍ଗରେ କାମ କରୁଥିବା ଶ୍ରମିକମାନଙ୍କ କହିବା ମୁତାବକ ଗୌତମ କୁମାରଙ୍କ ଛାତିରେ ଯନ୍ତ୍ରଣା, ପେଟର ବାମପଟେ ଦରଦ ଏବଂ ବିଶେଷ ଜ୍ୱର ହେଉଥିବାରୁ ଗତ ୪ ତାରିଖ ଦିନ କଣ୍ଟାବାଞ୍ଜି ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଏହାପରେ ନଳ ଖନନ କରୁଥିବା ସମୟରେ ମୁଣ୍ଡ ବୁଲାଇବାରୁ ହଠାତ୍ ତଲେ ପଡି ଯାଇଥିଲେ ଓ ଚେତାଶୂନ୍ୟ ହୋଇଯାଇଥିବା ବେଳେ ଗୌତମ କୁମାରଙ୍କୁ ତୁରେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।