ରାଇସ ମିଲ୍‌ରେ ଅଘଟଣ ଘଟି ୨ ଶ୍ରମିକଙ୍କ ମୃତ୍ୟୁ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାଘୁଆ ଡ୍ୟାମ ରାସ୍ତାରେ ଥିବା ମା’ ମଙ୍ଗଳା ରାଇସି ମିଲ୍‌ରେ ଅଘଟଣ ଘଟିଥିବା ଜଣାପଡିଛି । ଚାଉଳ ଗୋଦାମରେ ଫସି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିରିସିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଓ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରର ପ୍ରମୋଦ ମହାରଣା । ରାଇସ ମିଲ୍‌ରେ କାମ କରୁଥିବା ବେଳେ ଚାଉଳ ବସ୍ତା ତଳେ ୨ ଶ୍ରମିକ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.