କଳାହାଣ୍ଡି କାର୍ଲାପାଟ ଅଭୟାରଣ୍ୟରୁ ହାତୀର ମୃତଦେହ ଉ‌ଦ୍ଧାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କାର୍ଲାପାଟ ଅଭୟାରଣ୍ୟ ତେନ୍ତୁଳିଖୁଣ୍ଟି ଗାଁ ନିକଟରେ ମାଈ ହାତୀର ମୃତଦେହ ପଡି ରହିଥିବା ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ । ହାତୀଟି ଗର୍ଭବତୀ ଥିବା ବନ କର୍ମଚାରୀ ଜାଣିବାକୁ ପାଇଥିଲେ । ସେଠାରୁ ମାଈ ହାତୀର ମୃତଦେହ ଉଦ୍ଧାର କରିଥିଲେ । ଜୀବାଣୁ ଜନିତ ରୋଗରେ ହାତୀର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା । ଏ ସଂପର୍କରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଅଶୋକ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.