ମାୟାବତୀ ନଦୀରୁ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରକୁ ଦେଇ ଲମ୍ବି ଯାଇଥିବା ମାୟାବତୀ ନଦୀ କୁଳର ବରପଦର ପିଏଚ୍‌ଡି ପାଣି ଟାଙ୍କି ନିକଟରେ ଏକ ଅଜଣା ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି । ପୋଲିସକୁ ଖବର ଦେବା ପରେ । ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି, ତେବେ ଏହି ଶବ କାହାର କେଉଁଠି ଆସିଲା ତାହା ଜଣାପଡି ନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରି ତଦନ୍ତ ଚଳାଇଥିବା ଜଣାପଡିଛି । ଶବ ଦୁଇରୁ ତିନ ଦିନ ହେବ ଅନୁମାନ କରାଯାଉଥିବା ବେଳେ ଅନୁମାନ ବୟସ ୧୨ରୁ ୧୪ ବର୍ଷ ମାଧ୍ୟରେ ବୋଲି ଜଣାପଡୁଛି । ଆଜି ସକାଳ ସମୟରେ ନଦୀ ଶୁଅରେ ଭାସୁଥିବା ଅଜଣା ଯୁବତୀର ଗଳିତ ଶବ ସ୍ଥାନୀୟ ବରପଦର ଗାଁର କିଛି ଲୋକ ଦେଖି ପୁଲିସକୁ ଫୋନ କରିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.