ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପରିସରରେ ଅସହାୟ ଅବସ୍ଥାରେ ପଡିରହିଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ବୋଲି ଡାକ୍ତରଖାନା କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ କିଛି ବ୍ୟକ୍ତି ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଆଣିଥିବା ବେଳେ କାର୍ଯ୍ୟରତ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ । ତେବେ କିଛି ସମୟ ଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଏହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତି ଜଣଙ୍କର କୌଣସି ପରିଚୟ ମିଳିନଥିବା ବେଳେ ତାଙ୍କ ମୃତ ଦେହ ଖବର ଆସିବା ପର୍ଯ୍ୟନ୍ତ ଡାକ୍ତରଖାନାରେ ପଡି ରହିଥିବା ଜଣାପଡିଛି ।
Prev Post