om academy

ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

jsm

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡରେ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ବମ୍ପା ଗ୍ରାମର ଶରତ ପଲେଇ ଆଜି ଭୋର ସମୟରେ ସ୍କୁଲ ପଛପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଶରତ ଗାଁ ସ୍କୁଲ ପାଖକୁ ପଶିଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଶରତ ଚିତ୍କାର ଶୁଣି ଗ୍ରାମବାସୀ ପଳାଇଆସିବାରୁ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି । ହିନ୍ଦୋଳ ବନ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Leave A Reply

Your email address will not be published.