oom

ଆବର୍ଜନା ସାଉଁଟି ପେଟ ପୋଷୁଥିବା ମଣିଷ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନରେ ଶାନ୍ତିପଡ଼ା ଛକ ଦେଇ ଫଟା ଟିଣ, ପ୍ଲାଷ୍ଟିକ୍‌, ପରିତ୍ୟକ୍ତ ବୋତଲ, କାଚ ଆଦି ବୋଝେଇ ୧୪ କି ୧୫ ବର୍ଷର ଜଣେ ବାଳକ ଏକ ରିକ୍‌ସା ଟାଣି ଟାଣି ସହର ଆଡ଼କୁ ନେଉଥିବା ବେଳେ ଅଳିଆ ଆବର୍ଜନା ଭରା ଜରିବସ୍ତା ଗୁଡ଼ିକ ଉପରେ ବସିଥିଲା ତାର ମା’ । ସେମାନେ ଏଇ ଜୀବିକାରେ ହିଁ ପେଟ ପୋଷୁଥିବା କହିଛନ୍ତି । ବିଭିନ୍ନ ସ୍ଥାନରୁ ଏଭଳି ପରିତ୍ୟକ୍ତ ଅଳିଆ ଆବର୍ଜନା ଗୋଟାଇଲେ ଏମାନଙ୍କ ପେଟ ପୂରେ । ସକାଳୁ ମା’ ପୁଅ ବାହାରି ଯାଆନ୍ତି ଅଳିଆ ଆବର୍ଜନା ଗଦା ହେଉଥିବା ସ୍ଥାନଗୁଡ଼ିକୁ ଏବଂ ସେଥିରୁ ଟିଣ, ପ୍ଲାଷ୍ଟିକ, ଜରି, କାଗଜ, କାଚ ବୋତଲ ସବୁ ଗୋଟେଏ ଅଲଗା ଅଲଗା କରି ଅଖାରେ ଭରନ୍ତି ଓ ରିକ୍‌ସାରେ ଲୋଡ୍‌ କରି କବାଡ଼ି ଦୋକାନକୁ ନିଅନ୍ତି । ସେଥିରୁ ଯାହା ଅର୍ଜନ ହୁଏ, ସେଥିରେ ତାଙ୍କର ପେଟ ପୋଷନ୍ତି । ଏଠାରେ ବଡ଼ କଥା ହେଲା, ବର୍ତ୍ତମାନ ସମୟରେ କରୋନାର ସଂକ୍ରମଣ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରିବା ବେଳେ ସଂକ୍ରମଣ ଭୟରେ ମୁହଁରେ ମାକ୍ସ ଲଗାଉଥିବା ବେଳେ ସରକାରଙ୍କ ଡାକରା ଅନୁସାରେ ବାରମ୍ବାର ହାତ ଧୋଉଛନ୍ତି, ସେନିଟାଇଜର୍‌ରେ ହାତ ପୋଛୁଛନ୍ତି, ସାମାଜିକ ଦୂରତା ରକ୍ଷା କରିବା କଥା ଚିନ୍ତା କରୁଛନ୍ତି; କିନ୍ତୁ ଏମାନଙ୍କ ପାଇଁ ଏସବୁ ପ୍ରତି ନଜର୍‌ ହିଁ ନାହିଁ । କେବଳ ଭୋକ ମେଣ୍ଟେଇବା ଯେମିତି ତାଙ୍କର ଏକମାତ୍ର ଲକ୍ଷ୍ୟ । ସଂକ୍ରମଣର ଗନ୍ତାଘର ଅଳିଆ ଆବର୍ଜନା ଅଣ୍ଡାଳି ସାଉଁଟୁଛନ୍ତି ନିଜର ଭାଗ୍ୟ ।

jittmm
Leave A Reply

Your email address will not be published.