ମନ୍ଦିର ଉନ୍ନତିକରଣ ପ୍ରସଙ୍ଗ : ୫ଟି ଅନୁଦାନ ଖର୍ଚ୍ଚ ପାଇଁ ଦାବି କଲା ଦେବାଳୟ ସୁରକ୍ଷା କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ଦେବାଳୟ ସୁରକ୍ଷା କମିଟି ମନ୍ଦିର ପରିଦର୍ଶନ କରି ୫ଟି ଅନୁଦାନ ଆସିଥିବା ଖର୍ଚ୍ଚ ହୋଇନଥିବାରୁ ବିଭିନ୍ନ ଦେବାଳୟ ଅସୁରକ୍ଷିତ ଅବସ୍ଥାରେ ଥିବାରୁ ଦେବାଳୟ ସୁରକ୍ଷା କମିଟି ଜିଲ୍ଲା ପ୍ରଶାସନ ଏବଂ ୫ଟି ସଚିବଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇନାହିିଁ । ଏ ନେଇ ଭକ୍ତମାନଙ୍କ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ଅଗଷ୍ଟ ୫ ତାରିଖରେ ମା ପାଟଣେଶ୍ୱରୀ ମନ୍ଦିର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଇ ଆନ୍ଦୋଳନ କରାଯାଇଥିବା ବେଳେ ଗତ ୧୨ ଅଗଷ୍ଟ ଦିନ ବଲାଙ୍ଗିର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ଡିପିଆର ପ୍ରସ୍ତୁତ କରାହୋଇଥିଲା । ଗତ ୨୧ ଅଗଷ୍ଟ ଦିନ ଦେବାଳୟ ସୁରକ୍ଷା କମିଟି ସହ ପ୍ରଶାସନ ଆଲୋଚନା ହୋଇଥିଲା । ପୁଣି ୨ ଅକ୍ଟୋବର ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରି ଯାଇଥିଲା । ବିଭିନ୍ନ ମନ୍ଦିରର ଉନ୍ନତିକରଣ ପାଇଁ ୫ଟି ସଚିବ ଅନୁଦାନ ପ୍ରଦାନ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେହି ଅନୁଦାନର ବିନିଯୋଗ କରାଯାଇନଥିବା ଅଭିଯୋଗ ହୋଇଛି । ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ଦୁଇଥର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ କେହି ଟେଣ୍ଡର ନେଇ ନାହାନ୍ତି । ଭକ୍ତମାନଙ୍କ ମହଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର ସହରର ବୁଦ୍ଧିଜିବି ସହ ମାଁ ପାଟଣେଶ୍ୱରୀ ମନ୍ଦିର, ମାଁ ସମଲେଶ୍ୱରୀ ମନ୍ଦିର, ଗୋପାଳଜୀ ମନ୍ଦିର ଉନ୍ନତିକରଣ ପାଇଁ ପ୍ରଶାସନକୁ ଦାବି କରିଛନ୍ତି । ଆଜି ପାଟଣେଶ୍ୱରୀ ମନ୍ଦିର ମୁଖ୍ୟ ପୂଜକ ମଳୟ ଦିସ୍ରୀଙ୍କ ସହ ଆଲୋଚନା କରି କମିଟି ଆଗାମୀ ଦିନରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ମତପ୍ରକାଶ ପାଇଥିଲା । ଆଲୋଚନାରେ ଦେବାଳୟ ସୁରକ୍ଷା କମିଟିର ମନରଂଜନ ପୁରୋହିତ, ସୁରେନ୍ଦ୍ର ନେଗୀ, ନରେନ୍ଦ୍ର କବାଟ, ମଧୁସୁଦନ ନାୟକ, ଅଙ୍କୁଶ ପାଣ୍ଡିଆ, ଶମ୍ଭୁ ପ୍ରସାଦ ଶତପଥି, ବାଳୁକେଶ୍ୱର ନନ୍ଦ, ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ ।

Leave A Reply

Your email address will not be published.