oom

ସଚେତନ ହେମା ନାଟ୍ୟ ମଣ୍ଡପର ପୂଜାନୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ସଚେତନ ହେମା ନାଟ୍ୟ ମଣ୍ଡପରେ ଗ୍ରାମର ଦେବାଦେବୀଙ୍କୁ ସ୍ଥାପନା ମହୋତ୍ସବ ସମ୍ପନ୍ନ ହୋଇଯାଇଛି । ସଚେତନ ହେମାରର ସମସ୍ତ କଳାକାର, ଗ୍ରାମବାସୀ, କୀର୍ତ୍ତନ୍ୟ ମଣ୍ଡଳୀର ସଭ୍ୟ ସଭ୍ୟା ବୃନ୍ଦଙ୍କ ଦ୍ୱାରା କଳସ ଯାତ୍ରା କରାଯାଇଥିଲା । ପରେ ନାଟ୍ୟ ଜଗତର ମଙ୍ଗଳ କାମନା କରି ପୂଜା, ହୋମ ଆଦି ପ୍ରତିଷ୍ଠା କରାଯାଇଥିଲା । ପରେ ପଙ୍କଜିନୀ ସାହୁ ଓ ଗୁଣନିଧି ସେଠ କୀର୍ତ୍ତନ୍ୟ ଗାୟନ, ଭାଗବତ ଓ ବିଶିପାଲିର ଭଜନ ଦଳ ଭଜନ ଗାୟନ ପରିବେଷଣ କରିଥିଲେ । ଦମ୍ପତି ଘନଶ୍ୟାମ ଭୋଇ ଓ କେତକୀ ଭୋଇ ମୁଖ୍ୟ କର୍ତ୍ତା ଭୂମିକା ନିଭାଇ ଥିବାବେଳେ ଖୁସିରାମ ତ୍ରିପାଠୀ ପୁରୋହିତ ଓ ଉପଦେଷ୍ଟା ଭାବେ ରାଜେଶ ବହିଦାର ଉପସ୍ଥିତ ଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ରାଜକୁମାର ସାହୁ, କୂଳମଣି ପଶାୟତ, ଘନଶ୍ୟାମ ସାହୁ, ଗିରିଶ ସାହୁ, ଲଳିତ ସାହୁ, ଅମିତ ସାହୁ, ଧର୍ମେନ୍ଦ୍ର ସାହୁ, ଝଗୁଡୁ ସାହୁ, କଳ୍ପ ସାହୁ, ମହେନ୍ଦ୍ର ସାହୁ, ଈଶ୍ୱର ସାହୁ, ଅଙ୍କୁଶ ବହିଦାର, ପାରରୁ ବରିହା, ଇନ୍ଦ୍ରମଣି ସାହୁ, ଚତୁର୍ଭୁଜ ସାହୁ, ତାରାକାନ୍ତ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ ଲୋକନାଟ୍ୟ ମହୋତ୍ସବର ଆୟୋଜନ କରାଯିବ ବୋଲି କହନ୍ତି ନାଟ୍ୟକାର ରାଜକୁମାର ସାହୁ ।

jittmm
Leave A Reply

Your email address will not be published.