oom

କ୍ରିକେଟ୍ ଟି-ଟ୍ୱେଣ୍ଟି ମହାସମର : ଏପ୍ରିଲ ୬ରୁ ବଲାଙ୍ଗିର ଚାମ୍ପିଅନ ଟ୍ରଫି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ଆଜି ବଲାଙ୍ଗିର ଚାମ୍ପିଅନ ଟ୍ରଫି କ୍ରିକେଟ ଲିଗ୍ ମ୍ୟାଚ୍‌କୁ ନେଇ ପ୍ଲେୟାର ଅକ୍ସନ ପ୍ରକିୟା ଆରମ୍ଭ ହୋଇଯାଇଛି । ତେବେ ଆସନ୍ତା ଏପ୍ରିଲ ୬ରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ବଲାଙ୍ଗିର ଚାମ୍ପିଅନ ଲିଗ୍ ୨୦୨୫ ପାଇଁ ପ୍ଲେୟାର ଅକ୍ସନ ପ୍ରକିୟାରେ ୬ଟି ଦଳ ମାଲିକାନା ପାଇଥିବା ବେଳେ ସ୍ୱରାଜ, ବ୍ଲାଷ୍ଟର, ଡ଼ ଅମ୍ବେଦକର ୱାରିଅର, ଆର୍‌ଏସ୍‌ ଫାଇଟର, ଅବ୍ରାହମ ଟ୍ରାଇକର ଖେଳାଳି ଚୟନ ପ୍ରକିୟା ଜାରି ରଖିଛନ୍ତି । ଯେଉଁଥିରେ ଆଜି ଲଟେରୀ ମାଧ୍ୟମରେ ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ ବୋଲି ପରେ ଖେଳାଳି ଚୟନ ପ୍ରକିୟା ସରିଛି । ତେବେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଖେଳ ପଡିଆ ଡବ୍ଲୁଓଡିସି କନଫରେନ୍ସ ହଲ୍‌ରେ ଆୟୋଜନ ହୋଇଥିବା ପ୍ଲେୟାର ଅକ୍ସନ ବେଳେ ବଲାଙ୍ଗିର ଚମ୍ପିଆନ ଲିଗ୍‌ କମିଟି ସଭାପତି ସନ୍ତୋଷ ଆନନ୍ଦ ମିଶ୍ର, ସଂପାଦକ ବିକ୍ରମ ପାତ୍ର, ବରିଷ୍ଠ ଖେଳାଳି ସୂର୍ଯ୍ୟନାରାୟଣ ମିଶ୍ର, ଦିବ୍ୟରଞ୍ଜନ ମିଶ୍ର, ଅରବିନ୍ଦ ଦାସ, ହରିଶ ଦାନି, ପୃଥିରାଜ ମିଶ୍ର, ରଶ୍ମିରଂଜନ ପଟ୍ଟନାୟକ ପ୍ରମୁଖ ମଞ୍ଚରେ ସମସ୍ତ ପ୍ରକ୍ରିୟା ପରିଚାଳନା କରିଥିଲେ । ଯେଉଁଥିରେ ଚାମ୍ପିଅନ କମିଟି ସହ ସଦସ୍ୟ ବିଷ୍ଣୁ ପ୍ରସାଦ ଜାଲ, ଗୋଲ ରମଣ ମିଶ୍ର, ଆଶିଷ ମିଶ୍ର, ସୁଶାନ୍ତ କୁମାର ଠାକୁର ସହଯୋଗ କରିଥିଲେ । ତେବେ ବଲାଙ୍ଗିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ଚାମ୍ପିଅନ ଟି-ଟ୍ୱେଣ୍ଟି କ୍ରିକେଟ ଲିଗ୍ ୨୦୨୫ ଏପ୍ରିଲ ୬ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରତିଦିନ ଦୁଇଟି ମ୍ୟାଚ୍ ହେବ । ଫାଇନାଲ ଖେଳ ଏପ୍ରିଲ ୧୩ରେ ହେବା ନେଇ କମିଟି ସବିଶେଷ ସୂଚନା ଦେଇଛି । କେବଳ ବଲାଙ୍ଗିର ଜିଲ୍ଲାର ଖେଳାଳିଙ୍କୁ ନେଇ ବଲାଙ୍ଗିର ଚାମ୍ପିଅନ ଲିଗ୍ ୨୦୨୫ ଖେଳାହେବ । ଯାହା ଆଗାମୀ ଦିନରେ ଯୁବପିଢ଼ି କ୍ରିକେଟ ଖେଳ ପ୍ରତି ମନ ବଳାଇବେ ଏବଂ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ସହ ରାଜ୍ୟର ନାଁ ରଖି ଗର୍ବ ଓ ଗୌରବ ଆଣିବେ ।

jittmm
Leave A Reply

Your email address will not be published.