jayashree

ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ ମହାନଦୀ ସାହିତ୍ୟ ସଂସଦର ମହାନଦୀ ଉତ୍ସବ – ୨୦୨୧

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆସନ୍ତା ତା. ୨୩.୦୩.୨୧ ରିଖ ସଂଧ୍ୟା ୭.୦୦ ଘଟିକାରେ ସ୍ଥାନୀୟ ଭୀମଭୋଇ କଳା ମଣ୍ଡପରେ ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ମହାନଦୀ ଉତ୍ସବ – ୨୦୨୧ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭା.ପ୍ର.ସେ., ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏବଂ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ, ଉପ – ଜିଲ୍ଲାପାଳ, ସୁବର୍ଣ୍ଣପୁର ନୀହାର ରଂଜନ କହଁର, ଉପ – ସଚିବ,ରାଜ୍ୟ ନିର୍ବାଚନ ଆୟୋଗ ଆଜାଦହୀନ୍ଦ ପାଣିଗ୍ରାହୀ ଓ ସଦସ୍ୟ, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଶାଶ୍ବତ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେବାପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ଆବସରରେ ଜିଲ୍ଲାର ପ୍ରମୁଖ ଚାରିଜଣ ବ୍ୟକ୍ତିତ୍ବ, ଯଥା- ନବୀନ କୁମାର ପଣ୍ଡା, ମହାନଦୀ ସାହିତ୍ୟ ସମ୍ମାନ ସୂର୍ୟ୍ୟ କୁମାର ଦାସ, ମହାନଦୀ ନାଟ୍ୟ ସମ୍ମାନ ମୀନକେତନ ସେଠ୍ – ମହାନଦୀ କଳା ଓ ସଂଗୀତ ସମ୍ମାନ ଓ ମନୋଜ କୁମାର ବାରିକଙ୍କୁ ମହାନଦୀ ଯୁବ ପ୍ରତିଭା ସମ୍ମାନରେ ଭୂଷିତ କରାଯିବା ସହିତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପ୍ରଯୋଜନାରେ ଓ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ନିର୍ଦେଶନାରେ ମହାନଦୀ ସାହିତ୍ୟ ସଂସଦ ପରିବେଷଣ କରିବ ନାଟକ “ଗାନ୍ଧିଙ୍କ ଓଡ଼ିଶା” । ପ୍ରକାଶ ଥାଉ କି ନାଟ୍ୟକାର ଶଂକର ତ୍ରିପାଠୀଙ୍କ ଏହି ନାଟକ ଗୋଟିଏ ଦିନରେ ସମଗ୍ର ଓଡ଼ିଶାରେ ପରିବେଷଣ ହେବ । ଉତ୍ସବରେ ଲୋକାର୍ପିତ ହେବ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଗବେଷଣା ଲବ୍ଧ ପୁସ୍ତକ” ସୁବର୍ଣ୍ଣପୁରର ଲୋକସଂସ୍କୃତି “ଓ କବିତା ସଂକଳନ “ଚନ୍ଦବନର ଗପ” ଏବଂ ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ବାଳଂକ ଗଳ୍ପ ସଂକଳନ “ମହୀଖୁଣ୍ଟର ଛାଇ” ହେବ । ର‍ାଜ୍ୟ ସରକାର ତଥା ଜିଲ୍ଲ ପ୍ରଶାସନଙ୍କ ଦ୍ବାରା ନିର୍ଦେଶିତ କୋଭିଡ୍ ଗାଇଡ୍ ଲାଇନକୁ ପାଳନ କରି ନି‌ର୍ଦ୍ଧିଷ୍ଟ କଟକଣା ଭିତରେ ଉତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ମତ ପ୍ରକାଶ କରିଛନ୍ତି । ସାଧାରଣ ସଂପାଦକଙ୍କ ସହିତ ଡକ୍ଟର ପୁରୁଷୋତ୍ତମ ମିଶ୍ର, ଶ୍ରୀ ଶ୍ୟାମା ଓଁ ପ୍ରସାଦ ମିଶ୍ର, ଡି.ଆଇ.ପି.ଆର.ଓ ଅଶ୍ବିନୀ କୁମାର ଭୋଇ, ପ୍ରଭୁଦତ୍ତ ରଥ, ବେଣୁଧର ପ୍ରଧାନ ଉପସ୍ଥିତ ରହି ମତ ବିନିମୟ କରିଥିଲେ । ଜିଲ୍ଲାର ସମସ୍ତ ସାମ୍ବାଦିକ ବଂଧୁମାନେ ଉତ୍ସବରେ ଉପସ୍ଥିତ ରହି ସଫଳ କରିବେ ବୋଲି ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଥିଲା ।

Leave A Reply

Your email address will not be published.