
- ସନ୍ଧ୍ୟା ସାଢ଼େ ୫ଟାରେ ଝାଡ଼ଦୀପ ପ୍ରଜ୍ୱଳନ, ଉତ୍ସବ ମୁଖର ମହିମାଗାଦି
ଢେଙ୍କାନାଳ/ଯୋରନ୍ଦା : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଶନିବାର ବ୍ରାହ୍ମମୂହୂର୍ତ୍ତରୁ ଆରମ୍ଭ ହେବାକୁ ଯାଉଛି । ସନ୍ଧ୍ୟା ୫.୩୦ ମିନିଟ୍ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ । ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିବେ ।
ମହିମାଗାଦିରେ ଯୋରନ୍ଦା ମେଳା ପାଇଁ ଶୁକ୍ରବାର ସନ୍ଧ୍ୟାସୁଦ୍ଧା ଓଡ଼ଶା ସମେତ ଛତିଶଗଡ଼, ଝାଡଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ୨୦ ହଜାରରୁ ଉଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି ।