mahavir

ପ୍ରମାଣିକ ଚଳଚ୍ଚିତ୍ର “ବନ୍ଦେ ମାଗୋ ସୋନପୁର” ଲୋକାର୍ପିତ

  • ମାଟି, ମଣିଷ ଓ ମହକ ପାଇଁ ସୁବର୍ଣ୍ଣପୁର ଉହ୍ଲସିତ : ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରୀ ସାଂସ୍କୃତିକ ଚେତନାର ବାର୍ତ୍ତାବହ ପ୍ରାମାଣିକ ଚଳଚ୍ଚିତ୍ର “ବନ୍ଦେ ମାଗୋ ସୋନପୁର” ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହାର ଗୀତ ରଚନା କରିଛନ୍ତି କବି ଡ. ଆର୍ତ୍ତତ୍ରାଣ ବାବୁ ଏବଂ କଣ୍ଠ ଦାନ କରିଛନ୍ତି ମଞ୍ଜୁଶ୍ରୀ ବାବୁ ଓ ସୁଶିଲ ମହାଲିଂ । ସଙ୍ଗୀତ ସଂଯୋଜନା କରିଛନ୍ତି ପଣ୍ଡିତ ମଧୁସୂଦନ ଦାସ । ଏହାର ପ୍ରଯୋଜକ ହେଲେ ଡାକ୍ତର ଆବାସ ରଞ୍ଜନ ବାବୁ ଓ ଆଶିଷ ରଞ୍ଜନ ବାବୁ । ପ୍ରଯୋଜନା କରିଛନ୍ତି ନିଶାନ ପ୍ରଡକ୍ସନ ଓ ସମ୍ପାଦନା କରିଛନ୍ତି ରାଧେଶ୍ୟାମ ମିଶ୍ର । ସୁବର୍ଣ୍ଣପୁର ପ୍ରତୀକ ଟେଣ୍ଟ ହାଉସରେ ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଅଧିବେଶନରେ ପୁସ୍ତକ ବନ୍ଦେ ମାଗୋ ସୋନପୁର ଲୋକାର୍ପିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଡ. ଆର୍ତ୍ତତ୍ରାଣ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଲେଖକ ଗବେଷକ ଗୋରେଖ୍ ନାଥ ସାହୁ, ଡ. ପ୍ରଫୁଲ୍ଲ ରଥ, ବ୍ରଜ ମୋହନ ଦାନୀ, ଡ. ଜ୍ୟୋତି ରଞ୍ଜନ ବହିଦାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉତ୍ସବର ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇ ସୋନପୁରର ପ୍ରସିଦ୍ଧ ମଠା, ମାଛ, ମଲ୍ଲିଫୁଲ, ମୁଗ, ମନ୍ଦିର ସହିତ ଆଉ ତିନୋଟି କଥା ଯୋଡିଥିଲେ ତାହା ହେଲା ମାଟି, ମଣିଷ ଓ ମହକ ବୋଲି କହିଥିଲେ । “ଗୋଟେ ଗାଁ ଗୋଟେ ସହର ଗୋଟେ ଜାଗା ସେତେବେଳେ ହିଁ ପ୍ରସିଦ୍ଧ ହୁଏ ଯେତେବେଳ ମାଟି ଥାଏ ମଣିଷ ଥାଏ ତାହାର ମହକ ଥାଏ” ଆଉ ଆପଣ ମାନେ ଏହି ମାଟିର ମଣିଷ ଓ ଜଣେ ଜଣେ ପ୍ରତିଭା, ଆପଣମାନଙ୍କ ପାଇଁ ଏ ସହର ଜିଲ୍ଲା ଉହ୍ଲସିତ ହୋଇଛି ବୋଲି କହିଥିଲେ । “ମଣିଷ ମାନସିକ ଶାରୀରିକ ସ୍ତରରେ ସୁସ୍ଥ ଓ ଫିଟ୍ ରହିବାକୁ ହେଲେ ମହୋଷଧୀ ଠୁଁ ଅଧିକ କାମ କରେ କଣ ତାହା ହେଲା ସକାରାତ୍ମକ ଚିନ୍ତା, ଯଦି ଆମ ଚିନ୍ତନଟା ନକରାତ୍ମକ ରହେ ତାହାଲେ ସବଳ ଶାନ୍ତ ସୁନ୍ଦର ହେବା କାଠିକର ପାଠ ହୋଇଥାଏ ବୋଲି କହିଥିଲେ । ମଣିଷ ଅନ୍ୟକୁ ପ୍ରଶଂସା କରିବା ଖୁବ୍ କଠିନ କାମ ଓ ସବୁଠୁ ବିରଳ ମଧ୍ୟ କିନ୍ତୁ ଗୁଡ଼ାଏ ପ୍ରଜାତି ଭିତରେ ଡ. ଆର୍ତ୍ତତ୍ରାଣ ବାବୁ ଏକ ଭିନ୍ନ ମଣିଷ, କାରଣ କେବେ ତାଙ୍କ ଠାରେ ନକାରାତ୍ମକ ଚିନ୍ତନ ଦେଖିବାକୁ ମିଳେନି । ଦୁଇଟି ଆଣ୍ଠୁ ତାଙ୍କର ରିପ୍ଲେସମେଣ୍ଟ ଚିକିତ୍ସା ବେଳେ ଭୁବନେଶ୍ୱର ମେଡିକାଲରେ ଏହି ପୁସ୍ତକର ଲେଖା ଆରମ୍ଭ କରିଥିଲେ ଏଵଂ ଏହି ବହିର ୩୦ଟା ପଦ ଭିତରେ ସୋନପୁରର କବି, ଲେଖକ, ସାମ୍ୱାଦିକ, କିମ୍ବଦନ୍ତୀ ପୁରୁଷ, କଳାକାର, ଐତିହାସିକ, ସମାଜସେବୀଙ୍କ ସମେତ ପ୍ରତ୍ୟେକ ବର୍ଗ ସମସ୍ତ ପ୍ରତିଭାଙ୍କୁ ଫୋକସ କରିଛନ୍ତି । ପ୍ରଶଂସା କରିଛନ୍ତି ବୋଲି ଡ. ସାହୁ କହିଥିଲେ । ତେଣୁ ପରସ୍ପର ପ୍ରତି ଯଦି ଭଲ ପାଇବା ଶ୍ରଦ୍ଧା କରିବା ତ ଆମେ ଅନୁଭବ କରିବା ଯେ ଏଠି ହିଁ ସ୍ୱର୍ଗ ଅଛି ବୋଲି ଜିଲ୍ଲାପାଳ ଡ. ସାହୁ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ହିମାଂଶୁ ଭୂଷଣ ପଣ୍ଡା ଓ ଲକ୍ଷ୍ମୀ ନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ଶେଷରେ ପ୍ରଦ୍ୟୁମ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ କି ଯେ ଏହି ଉତ୍ସବ ଆୟୋଜକ ଡ. ଆର୍ତ୍ତତ୍ରାଣ ବାବୁଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଗୋପାଳଜୀ ଯୋଗାଳୟ, ନିଶାନ ପ୍ରଡକ୍ସନ, ଶକ୍ତ ଦୀପା, ସ୍ଵଚ୍ଛ ଭାରତ, ଓଡ଼ିଶା ସାମ୍ୱାଦିକ ସଂଘ ଆଦି ସଙ୍ଗଠନ ପକ୍ଷରୁ ଶୁଭେଛା ଓ ସମ୍ବର୍ଦ୍ଧନା ଜଣାଇ ଡ. ବାବୁଙ୍କ ଦୀର୍ଘ ଜୀବନ କାମନା କରିଥିଲେ । କଣ୍ଠଶିଳ୍ପୀ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ, ସୁଶିଲ ମହାଲିଙ୍ଗ, ସଙ୍ଗୀତ ନିର୍ଦ୍ଦେଶକ ମଧୁସୂଦନ ଦାସ ଓ ନିଶାନ ପ୍ରଡକ୍ସନର ସଭାପତି ଅଖୁଜ ଷାଣ୍ଢ, ଅଧ୍ୟକ୍ଷ ନନ୍ଦ କାନା ପୁଝାରୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ. ରାଧେଶ୍ୟାମ ମିଶ୍ରଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ସହରର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, କବି, ଯୋଗୀ, ଲେଖକ, କଳାକାର, ସମାଜସେବୀ, ସାମ୍ୱାଦିକ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଦ୍ଵାରା ଲୋକାର୍ପିତ ପ୍ରାମାଣିକ ଚଳଚ୍ଚିତ୍ର “ବନ୍ଦେ ମାଗୋ ସୋନପୁର” କୁ ଦୀର୍ଘ ଘଣ୍ଟାଏ ଧରି ସମସ୍ତେ ଉପଭୋଗ କରିଥିଲେ ।

Leave A Reply

Your email address will not be published.