ଆଜି ଉଦ୍‌ଘାଟନ ହେବ ଲଳିତ ନାୟକ ସ୍ମୃତି ସପ୍ତାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ଉଦ୍‌ଘାଟନ ହେବ ବିଶିଷ୍ଟ ସମାଜସେବୀ ଓ ସଂଗଠକ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତି ସପ୍ତାହ । ଉଦ୍‌ଘାଟନୀ ସମାରୋହରେ ଯୋଗଦାନ କରିବେ ସାଂସଦ ସୁବାସ ସିଂହ । ଆଜିଠାରୁ ୧୮ ଜାନୁୟାରୀ ଯାଏଁ ଏହି ସପ୍ତାହ ପାଳନ ହେବା ନେଇ ଲଳିତ ନାୟକ ସ୍ମୃତି କମିଟି ଓ ଲଳିତ ନାୟକ ଫାଉଣ୍ଡେସନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହେବ ଓ ଉଦ୍‌ଯାପନୀ ଦିନ କେବିକେ ଆଇଟିଆଇ ପରିସରରେ ଲୋର୍କାପିତ ହେବ ଲଳିତ ନାୟକ ଷ୍ଟେଚ୍ୟୁ ।

Leave A Reply

Your email address will not be published.