oom

ବଲାଙ୍ଗିରରେ କୋଶଲୀ ଲଖିଁପୁରାନ ଉନ୍ମୋଚିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲକ୍ଷ୍ମୀପୁରାଣ ଗୀତିନାଟ୍ୟ ହେଉ ବା କାବ୍ୟ ସ୍ରୋତରେ ସଚେତନତାର କଥା କହି ସମାଜକୁ ସୁସଂଯୋଜିତ କରିଆସିଛି । ସେ ସମୟରେ ବଳରାମ ଦାସଙ୍କ ଲକ୍ଷ୍ମୀ ପୂରାଣ ନାରୀ ସ୍ୱାଧିନତାକୁ ଘରେ ଘରେ ପହଞ୍ଚାଇ ନାରୀମାନଙ୍କୁ ଜାଗ୍ରତ କରି ପାରିଥିଲା । ଏହା ସହ ସେଥିରେ ଜାତି ଭେଦଭାବ ଓ ଅସ୍ପୃଶ୍ୟତା ବିରୋଧରେ ସ୍ପଷ୍ଟ ସ୍ୱର ଶାଣିତ ହୋଇଥିଲା । ସମୟ କ୍ରମେ ଲକ୍ଷ୍ମୀପୂରାଣ ହେଉଛି ସାମାଜିକ ଚେତନାରେ ବିପ୍ଲବ । କୋଶଳାଞ୍ଚଳରେ କୋଶଲୀ ଭାଷାରେ ଲିଖିତ ଲକ୍ଷ୍ମୀପୁରାଣ ବିପ୍ଲବ ସୃଷ୍ଟି କରିବ ବୋଲି ସ୍ଥାନୀୟ ଯାଦବ ଭବନ ପରିସରରେ ଏହି ବହି ଉନ୍ମୋଚିତ ଅବସରରେ ମତପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁରୁଶ୍ରୀ ଡା. ଘାସିରାମ ମିଶ୍ର, ସମ୍ମାନିତ ଅତିଥି ଭାବେ କୋଶଲୀ ଭାଷା ଓ ସାହିତ୍ୟ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, କବି ସଂଦୀପ କୁମାର କୁଅଁର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା, ପୁସ୍ତକର ଲେଖକ ଅକ୍ଷୟ ସରାଫ, ମହନୀ ପ୍ରଯୋଜନା ସଂସ୍ଥାର ବିନୋଦ କୁମାର କାଲସାଏ ମଞ୍ଚାସୀନ ହୋଇ ଚଳିତ ବର୍ଷର ପ୍ରଥମ ଗୁରୁବାରର ଶୁଭ ତିଥିରେ ଆନୁଷ୍ଠାନିକ ଭାବେ ଏହାକୁ ଉନ୍ମୋଚନ କରିଥିଲେ । ମୁଖ୍ୟଅତିଥି ଡ.ମିଶ୍ର କୋଶଲର ସାଂସ୍କୃତିକ ବିପ୍ଲବରେ କାଷ୍ଠା ଉପାସନାର ବିଶେଷତ୍ୱ ଲକ୍ଷ୍ମୀ ପୂଜା । କାଠର ମୂର୍ତ୍ତି, ଖଟୁଲିରେ ଲକ୍ଷ୍ମୀପୂଜା ଏହି ଅଞ୍ଚଳର ସ୍ୱାତନ୍ତ୍ର୍ୟ । ଲେଖକ ଶବ୍ଦ ସଂଯୋଜନାରେ କିଛି ନୂତନତ୍ୱ ଆଣିଛନ୍ତି ବୋଲି କହିଥିଲେ । ଗବେଷକ ଶ୍ରୀ ପାଣିଗ୍ରାହୀ କୋଶଲୀ ଅଳଙ୍କାର, ବସ୍ତ୍ରର ବିଶେଷତ୍ୱ ଏହି ପୁସ୍ତକରେ ରହିଛି । ଏହାକୁ ଦୃଶ୍ୟ ଓ ଶ୍ରାବ୍ୟ କରିବା ବେଳେ ଯେମିତି ଅନ୍ୟ ଦ୍ୱାରା ପ୍ରଭାବିତ ନହେବ, ଚେଷ୍ଟା କରିବା କଥା । ଲକ୍ଷ୍ମୀ କୋଶଳାଞ୍ଚଳର ନାରୀର ପ୍ରତୀକ ଭାବେ ତିଆରି କରାଯାଉ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ଗଡତ୍ୟା ପରିଚାଳନା କରିଥିବା ବେଳେ ଶେଷରେ ପ୍ରକାଶ ଚନ୍ଦ୍ର ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ମହାକୁର, ରିଲୁ ରଥ, ସନ୍ତୋଷ କୁମାର ପଟ୍ଟନାୟକ, ରବି ଖମାରୀ, ଆର.ଜେ. ମନିଷ, ପ୍ରଦ୍ୟୁମ୍ନ ମହାନ୍ତି, ବିବେକ କୁମାର, ସାଗର କୁମାର, ମୁକେଶ ଡାଙ୍ଗ, ରାଧୁ ଦୀପ, ଆକାଶ ମାହାଣା, ଅଜୟ ନାଗ, ମଧୁ ମେହେର, ଆଦି ବଗର୍ତ୍ତୀ, ରମାକାନ୍ତ ନାଏକ, ବିବେକ ଭାଟି, ନୃପରାଜ ବଗର୍ତ୍ତୀ, ସୁକାନ୍ତ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.