ଝାର୍‌ସୁଗୁଡା ଜିଲ୍ଲା ଲଖନ୍‌ପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

  • ୨୪.୪୮କୋଟି ଟଙ୍କା ମଞ୍ଜୁର, ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ଅର୍ଥ ବିନିଯୋଗ କରାଯିବ

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାର୍‌ସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ । ସୂଚନାଯୋଗ୍ୟ ଯେ ଝାର୍‌ସୁଗୁଡା ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ । ଏଠାରେ ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଠାରେ ଆଇଟିଆଇ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ଆଇଟିଆଇରେ ୯ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ । ମଞ୍ଜୁର ହୋଇଥିବା ଅର୍ଥରେ ଏକାଡେ଼ମିକ୍‌ ଓ ୱାର୍କ୍‌ସପ୍‌ ବିଲ୍‌ଡ଼ିଙ୍ଗ୍‌ ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଓ ଯନ୍ତ୍ରପାତି କିଣାଯିବ ।

Leave A Reply

Your email address will not be published.