oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଘର ବଣ୍ଟନରେ କୋଶଳାଂଚଳକୁ ଉପେକ୍ଷା ପ୍ରତିବାଦରେ ଖୁବ୍‌ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ କୋଶଳ ସ୍ୱାଭିମାନ ଯାତ୍ରା ଆରମ୍ଭ ହେବ – କେୱାଇସିସି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କୋଶଳ ସ୍ୱାଭିମାନ ଯାତ୍ରାର ସମୀକ୍ଷା ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ ନେତୃତ୍ୱ ମଣ୍ଡଳୀର ଏକ ବୈଠକ ଗତକାଲି ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । କୋଶଳ ଯୁବ ସମନ୍ୱୟ ସମିତିର ରାଜ୍ୟ ସଭାପତି ଡୋଳାମଣି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ବିଭିନ୍ନ ରାଜ୍ୟସ୍ତରୀୟ ସଂଗଠକ ଯୋଗ ଦେଇଥିବା ବେଳେ କୋଶଳ ରାଜ୍ୟ ସମନ୍ୱୟ ସମିତିର ନେତୃ ସ୍ଥାନୀୟ ବ୍ୟକ୍ତିମାନେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ । ସଭାଟିକୁ ସଂଚାଳନ କରିଥିଲେ କୋଶଳ ଯୁବ ସମନ୍ୱୟ ସମିତିର ରାଜ୍ୟ କାର୍ଯ୍ୟକାରୀ ସଭାପତି ରିଲୁ ରଥ, ଏହି ବୈଠକରେ ବିଗତ କୋସଲ ସ୍ୱାଭିମାନ ଯାତ୍ରା ପ୍ରତି ସମର୍ଥନ ଜ୍ଞାପନ କରିଥିବା କୋସଲାଂଚଳର ବିଭିନ୍ନ ରାଜନୈତିକ ଦଳର ନେତା ଓ ସଂଗଠନ ତଥା ବିଭିନ୍ନ ସାମାଜିକ – ସାଂସ୍କୃତିକ ସଂଗଠନର ନେତୃ ମଣ୍ଡଳୀ ପ୍ରତି ସଂଗଠନ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ସଇଁନ୍ତଲା ଠାରେ କୋଶଳ ସଂଗ୍ରାମୀମାନଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅଂଚଳର କଂଗ୍ରେସ ଓ ବିଜେପି ଦଳର ନେତା ଓ କର୍ମୀ ତଥା କଳାହାଣ୍ଡି ଜିଲ୍ଲାର ଯୁବ କଂଗ୍ରେସ ଦଳର ନେତୃମଣ୍ଡଳୀ ଓ ବିଭିନ୍ନ କୋଶଳବାଦୀ ସଂଗଠନମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । କୋଶଳ ପଦଯାତ୍ରୀମାନଙ୍କୁ ଉର୍ଚ୍ଚସିତ ସଂବର୍ଦ୍ଧନା ଦେଇଥିବା ସଂଗଠନମାନଙ୍କୁ ଆଗାମୀ ଦିନରେ ମଧ୍ୟ ଏଭଳି ସହଯୋଗ କରିବାକୁ ଅନୁରୋଧ କରାଯିବା ସହ ସେମାନଙ୍କୁ ସିଧା ସଳଖ ଭାବରେ କୋଶଳ ଆନ୍ଦୋଳନରେ ଯୋଗ ଦେବାକୁ ନିବେଦନ କରାଯାଇଥିଲା ।

ଏହି ବୈଠକରେ ପ୍ରଥମ ପର୍ଯ୍ୟାୟ କୋସଲ ସ୍ୱାଭିମାନ ପଦଯାତ୍ରାରେ ସମ୍ମିଳିତ ପଦଯାତ୍ରାକାରୀମାନଙ୍କୁ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସଂପାଦକ ସୁନିଲ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋସଲ ଯୁବ ସମନ୍ୱୟ ସମିତିର ଅନ୍ୟତମ ରାଜ୍ୟ କାର୍ଯ୍ୟକାରୀ ସଭାପତି ଦିପକ ରଥ, ସାଧାରଣ ସଂପାଦକ ଅଚ୍ୟୁତ ସିପୁନ ଖମାରୀ, ଉପସଭାପତି ବିନୋଦ କାଲସାଏ, ସଂଗଠନ ସଂପାଦକ ଗିରିରାଜ ଭୋଇ, କୋଷାଧ୍ୟକ୍ଷ ବନମାଳୀ ନାଏକ, କୋଶଳ ରାଜ୍ୟ ସମନ୍ୱୟ ସମିତିର ସଂଗଠକ ମନୋରଂଜନ ସାହୁ, ଶରତ ଚନ୍ଦ୍ର ହୋତା, ରଣରାଜ ସିଂଦେଓ, ରବି ମିଶ୍ର, ଯୁବ ସଂଗଠକ ଦିପକ ରଂଜନ ଦାସ, ରଂଜନ ଖୁଆସ, ଶୁଭମ ପ୍ରଧାନ, ପ୍ରଶାନ୍ତ କୁମାର କର୍ଣ୍ଣ, ଥବିର କର୍ମୀ, ରବି ଖମାରୀ, ପ୍ରିତମ ଠାକୁର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସଭାରେ ଖୁବ୍‌ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ କୋଶଳ ସ୍ୱାଭିମାନ ଯାତ୍ରା ଆରମ୍ଭ କରିବାକୁ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି ।

jittmm
Leave A Reply

Your email address will not be published.