କରୁଆଁଝର ଅଞ୍ଚଳରେ ବୁଲା କୁକୁର କାମୁଡ଼ାରେ ୮ଜଣ ଆହତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ଗାଁରେ ଶନିବାର ଦିନ ବୁଲା କୁକୁର ଆତଙ୍କ ଖେଲାଇ ଦେଇଛି । ଗାଁର ୬ଜଣଙ୍କୁ ଯଥା ସୁମିତ ଭୋଇ, ପ୍ରେସିୟସ ସୁନା, ସନ୍ଧ୍ୟା ଭୋଇ, ମାଳତୀ ମଲ୍ଲିକ, ସୁରୁବୁଡ଼ୁ ବିଶି, ଅଧିର ବେହେରା, ବାଞ୍ଜିବାହାଲି ଗାଁର ହଂସା ସୁନା ଓ ଥିତେ ସାହୁଙ୍କୁ କାମୁଡ଼ିବାରୁ ସେମାନେ ଆହତ ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଏହା ସହ ଗାଁର ୨ଗୋଟି ବଳଦକୁ ମଧ୍ୟ କୁକୁର କାମୁଡ଼ି ଆହତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.