oom

ଗାନ୍ଧୀ ଜୟନ୍ତୀରେ କୃଷି ବିଲ୍‌କୁ ବିରୋଧ ଓ ପ୍ରତିବାଦ ସଭା

jsmm

ବେଲପଡ଼ା, (ସିପୁନ ଖମାରୀ) : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବେଲପଡା ଜୟ କୋସଲ କୃଷକ ସଙ୍ଗଠନ ତରଫରୁ କେନ୍ଦ୍ର ସରକାର ଦ୍ୱାରା ଆଗତ ହେଇଥିବା କୃଷି ବିଲ୍‌କୁ ବିରୋଧ କରାଯାଇଛି । ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଆଜି ସ୍ଥାନୀୟ ତାରିଣୀ ମନ୍ଦିର ଛକଠାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆନ୍ଦୋଲନକାରୀ ମାନେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିରୋଧରେ ନାରାବାଜି କରିଥିଲେ । ବୀମା ଚଙ୍କା ପ୍ରଦାନରେ ଆହେତୁକ ବିଲମ୍ୱ, ଜଳସେଚନ ଅସୁବିଧା ସହିତ ବିଭିନ୍ନ ଚାଷୀ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତାକୁ ନିନ୍ଦା କରାଯାଇଥିଲା । ଜନାର୍ଦନ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବନମାଲି ନାଏକ, ଆଦିବାସୀ ନେତା ଗିରିଧାରି ଭୋଇ, ସିପୁନ ଖମାରୀ, ସାଇ ଚନ୍ଦ୍ର ବାରିକ, ସନ୍ୟାସୀ ନାଏକ, ଜିତୁ ନାଏକ, ଲଲିତ ମୋହନ ବୁଡ଼େକ, ଚତ୍ରୁ ବୁଡ଼େକ, ଚନ୍ଦନ ପୁଞ୍ଜି ଓ ଯୁଗଲ କିଶୋର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.